ନୂଆଦିଲ୍ଲୀ: ଦେଶର ସମସ୍ତ ଧାର୍ମିକ ସ୍ଥଳ ଖୋଲିବାକୁ ନେଇ କେନ୍ଦ୍ରର ମତ ଲୋଡିଲେ ସୁପ୍ରିମକୋର୍ଟ । କୋରୋନା ମହାମାରୀକୁ ନେଇ ଦେଶର ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିଛି । ଏହାରି ମଧ୍ୟରେ ଦେଶର ସମସ୍ତ ଧାର୍ମିକ ସ୍ଥଳ ଖୋଲିବାକୁ ନେଇ ଦାୟର ଯାଚିକାରେ କେନ୍ଦ୍ରର ମତାମତ ଲୋଡିଛନ୍ତି ସୁପ୍ରିମକୋର୍ଟ ।
ମୁଖ୍ୟ ବିଚାରପତି ଏସ.ଏ ବୋବଡେଙ୍କ ନେତୃତ୍ବରେ ଏକ ବେଞ୍ଚ ଦେଶରେ ଧାର୍ମିକ ସ୍ଥଳ ଖୋଲିବାକୁ ନେଇ ଅହମ୍ମଦାବାଦ ସ୍ଥିତ ‘ଗୀତା ଗଙ୍ଗା ଟ୍ରଷ୍ଟ’ ର ଆବେଦନ ଉପରେ ଗୃହ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରିଛନ୍ତି । ଏହି ଟ୍ରଷ୍ଟ ଏକ ଧାର୍ମିକ ରିସର୍ଚ୍ଚ ପ୍ରତିଷ୍ଠାନର ଓକିଲ ସୁର୍ଜେନ୍ଦୁ ଶଙ୍କର ଦାସଙ୍କ ମାଧ୍ୟମରେ ଏହି ଆବେଦନ କରିଥିଲେ ।