ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟରେ କାର୍ତ୍ତି ଚିଦାମ୍ବରମଙ୍କୁ ଝଟକା, ମିଳିବନି 10 କୋଟି ଟଙ୍କା - ନୂଆଦିଲ୍ଲୀ

ସୁପ୍ରିମକୋର୍ଟରେ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଝଟକା ଲାଗିଛି । ବିଦେଶକୁ ଯିବା ଲାଗି ଜମା ରଖିଥିବା 10 କୋଟି ଟଙ୍କା ଫେରାଇବା ଉପରେ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି ।

ଡିଜାଇନ ଫଟୋ

By

Published : May 14, 2019, 12:57 PM IST


ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଝଟକା ଲାଗିଛି । ବିଦେଶକୁ ଯିବା ଲାଗି ଜମା ରଖିଥିବା 10 କୋଟି ଟଙ୍କା ଫେରାଇବାକୁ କୋର୍ଟରେ କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି ।

ମଙ୍ଗଳବାର, ଏହି ମାମଲାକୁ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ତେବେ ସେ ଏହି ପଇସା ବ୍ୟାଙ୍କରୁ ଋଣ କରି ପୈଠ କରିଛନ୍ତି । ତେଣୁ ତାଙ୍କୁ ସୁଧ ଦେବାକୁ ପଡୁଛି ବୋଲି କାର୍ତ୍ତି ଜଣାଇବା ପରେ ମଧ୍ୟ କୋର୍ଟ ଆବେଦନକୁ ଖାରଜ କରିଛନ୍ତି ।

କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ଆଇଏନଏକ୍ସ ମିଡିଆ ଓ ଏଆରସେଲ ମାକ୍‌ସିସ ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି । ତେଣୁ ବିଦେଶ ଯାତ୍ରା କରିବା ପୂର୍ବରୁ କୋର୍ଟରେ 10 କୋଟି ଟଙ୍କା ଜମା ରଖିବେ ବୋଲି ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସେ ଟଙ୍କା ଜମାନତ ରଖି ବିଦେଶ ଗସ୍ତରେ ଯାଇଥିଲେ । ପରେ ପୁଣି ଥରେ ବିଦେଶ ଗସ୍ତରେ ଯିବା ପାଇଁ କାର୍ତ୍ତି ଚାହିଁବାରୁ ତାଙ୍କୁ ଆଉ 10 କୋଟିର ଜମାନତ ଦେବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ସେଥିପାଇଁ ପ୍ରଥମ ଥର ଜମାନତ ରଖିଥିବା 10 କୋଟି ଟଙ୍କାକୁ ଫେରାଇବାକୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ କାର୍ତ୍ତି । କିନ୍ତୁ କୋର୍ଟ ଏହା ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

ସୂଚନା ଥାଉକି, କଂଗ୍ରେସ ଟିକେଟରେ କାର୍ତ୍ତି ଚିଦାମ୍ବରମ୍‌ ତାମିଲନାଡୁର ଶିବଗଙ୍ଗାରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ABOUT THE AUTHOR

...view details