ଓଡିଶା

odisha

ETV Bharat / bharat

ମାଗଣା ମେଟ୍ରୋ ଯାତ୍ରା: କେଜରିଓ୍ବାଲଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ - metro free ride

ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଜନତାଙ୍କ ଟଙ୍କାକୁ ଏପରି ମାଗଣା ଯୋଜନା ଦେବାରୁ ସରକାରଙ୍କୁ ଦୂରେଇ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

ଫାଇଲ ଫଟୋ

By

Published : Sep 7, 2019, 12:28 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଜନତାଙ୍କ ଟଙ୍କାକୁ ଏପରି ମାଗଣା ଯୋଜନା ଦେବାରୁ ସରକାରଙ୍କୁ ଦୂରେଇ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ଯେପରି ମେଟ୍ରୋ ରେଳ ପ୍ରଭାବିତ ନ ହୁଏ ସେ ନେଇ ରାଜ୍ୟ ସରକାର ନିଶ୍ଚିତ କରନ୍ତୁ । ଯଦି ଏହି ଯୋଜନା ଯୋଗୁଁ ମେଟ୍ରୋ ରେଳକୁ କୌଣସି କ୍ଷତି ହୁଏ, ତେବେ ତାହା ସରକାର ଭରଣ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟ ବିସ୍ତାର ପାଇଁ ଜମିର ମୂଲ୍ୟ ଏବଂ ଟ୍ୟାକ୍ସ ପାଇଁ 50 ପ୍ରତିଶତ ଅର୍ଥରାଶି ଦେବା ଆବଶ୍ୟକ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଯାହାର ଶୁଣାଣି କରି ଶୁକ୍ରବାର ଏଭଳି କହିଛନ୍ତି ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଦୀପକ ମିଶ୍ରଙ୍କ ଖଣ୍ଡପୀଠ । ତେବେ କେନ୍ଦ୍ର ଓ ଦିଲ୍ଲୀ ସରକାର ମେଟ୍ରୋ ରେଳ ପ୍ରକଳ୍ପର ଜମି ପାଇଁ ଅଧା ଅଧା ଖର୍ଚ୍ଚ ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ମେଟ୍ରୋ ଏବଂ ବସରେ ମହିଳାଙ୍କୁ ମାଗଣାରେ ଯାତ୍ରା ସୁବିଧା ଯୋଗାଇଦେବାକୁ ଜୁନ ମାସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଏହା ଲାଗୁ ହେବ ବୋଲି ସେ କହିଥିଲେ ।

ABOUT THE AUTHOR

...view details