ନୂଆଦିଲ୍ଲୀ: ମହିଳାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ଭାରତୀୟ ସ୍ଥଳସେନା ପରେ ନୌସେନାର ପାଳି । ପୂର୍ବରୁ ସ୍ଥଳସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ ପଦ ପଦବୀରେ ନିଯୁକ୍ତି ମିଳିବା ପରେ ଏବେ ନୌସେନାରେ ମଧ୍ୟ ମହିଳାଙ୍କ ସ୍ଥାୟୀ କମିଶନ ଗଠନ ନେଇ ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇଛି । ସ୍ଥାୟୀ କମିଶନ ଗଠନକୁ ସୁପ୍ରିମକୋର୍ଟ ସମର୍ଥନ କରିଥିବାବେଳେ ମହିଳାମାନେ ମଧ୍ୟ ପୁରୁଷଙ୍କ ସମକକ୍ଷ ବୋଲି କହିଛନ୍ତି । ଏହାସହ ଲିଙ୍ଗଗତ କୌଣସି ପାତର ଅନ୍ତର ନହେଉ ବୋଲି ସର୍ବୋଚ୍ଚ ନ୍ୟାୟଳୟ ନିଜ ରାୟ ଶୁଣାଇଛନ୍ତି ।
ନୌସେନାରେ ମହିଳାଙ୍କ ସ୍ଥାୟୀ କମିଶନ ଗଠନ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ - ନୌସେନାରେ ମହିଳାଙ୍କ ସ୍ଥାୟୀ କମିଶନ ଗଠନ
ନୌସେନାରେ ମହିଳାଙ୍କ ସ୍ଥାୟୀ କମିଶନ ଗଠନ ନେଇ ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟର ରାୟ ଶୁଣାଇଛନ୍ତି। ଅଧିକ ପଢନ୍ତୁ...
![ନୌସେନାରେ ମହିଳାଙ୍କ ସ୍ଥାୟୀ କମିଶନ ଗଠନ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ permanent commission for women](https://etvbharatimages.akamaized.net/etvbharat/prod-images/768-512-6436176-thumbnail-3x2-navy.jpg)
ନୌସେନାରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ ନିଯୁକ୍ତି କମିଶନ ଉପରେ ସର୍ବୋଚ୍ଚ ନ୍ୟାୟଳୟ ମଙ୍ଗଳବାର 10.30 ଟାରେ ନିଜ ରାୟ ପ୍ରକାଶ କରିଛନ୍ତି । ଏହି ଯୁକ୍ତିକୁ ଅଦାଲତଙ୍କ ଆସିବାକୁ ଥିବା ରାୟ ସେନାରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନଙ୍କ ସପକ୍ଷରେ ଥିବା କୁହାଯାଉଥିଲା ।
ଏନେଇ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ମହିଳା ଅଧିକାରୀମାନେ ସର୍ବୋଚ୍ଚ ଅଦାଲତରେ ଏନେଇ ଏକ ଦଲିଲ ଆବେଦନ କରିଥିଲେ । କେନ୍ଦ୍ର ସରକାର ଲିଙ୍ଗଗତ ଦୃଷ୍ଟିରୁ ନୌସେନାରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସପକ୍ଷରେ ନଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ନୌସେନାରେ ସାମିଲ ଥିବା ମହିଳା ଅଧିକାରୀଙ୍କୁ ଆଶ୍ବସ୍ଥୀ ଦେଇଛି ।