ଚେନ୍ନାଇ: ତାମିଲନାଡୁର 11 ଜଣ ଏଆଇଏଡିଏମକେଙ୍କୁ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ଡିଏମକେ ନେତାଙ୍କ ଦ୍ବାରା ଦଖଲ ଅଭିଯୋଗ ମାମଲାରେ ତାମିଲନାଡୁ ବିଧାନସଭା ବାଚସ୍ପତି ପି ଧନପାଲ, ବିଧାନସଭା ସିଚବଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରମିକୋର୍ଟ ।
11 ଏଆଇଏଡିଏମକେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାରେ ତାମିଲନାଡୁ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - ଏଆଇଏଡିଏମକେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା
11 ଜଣ ଏଆଇଏଡିଏମକେଙ୍କୁ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ଡିଏମକେ ନେତାଙ୍କ ଦ୍ବାରା ଦଖଲ ଅଭିଯୋଗ ମାମଲା । ତାମିଲନାଡୁ ବିଧାନସଭା ବାଚସ୍ପତି ପି ଧନପାଲଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ । 4 ସପ୍ତାହ ପରେ ମାମଲାର ହେବ ପରବର୍ତ୍ତି ଶୁଣାଣି । ଅଧିକ ପଢନ୍ତୁ...
2017ରେ ବିଶ୍ବାସମାତ ଗ୍ରହଣ ସମୟରେ ମୁଖ୍ୟମନ୍ତ୍ରୀ କେ ପଲାନୀ ସ୍ବାମୀଙ୍କ ବିରୋଧରେ ଏହି 11 ଜଣ ବିଧାୟକ ଭୋଟ ଦେଇଥିଲେ । ଏମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ କୋର୍ଟରେ ଅପିଲ କରିଥିଲେ ଡିଏମକେ ନେତା ଆର ସକ୍କାରପାଣି । ତେବ ବିଚାରାଧୀନ ଆବେଦନର ତୁରନ୍ତ ନିଷ୍ପତ୍ତି ନେବାକୁ ଡିଏମକେ ନେତା ନିବେଦନ କରିଛନ୍ତି । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତାମିଲନାଡୁ ବିଧାନସଭା ବାଚସ୍ପତିଙ୍କ ଠାରୁ ଏ ବିଷୟରେ ଜବାବ ଦେବାକୁ କହିଛନ୍ତି ।
ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଆଇନଜୀବୀ ଅମିତ ଆନନ୍ଦ ତିୱାରୀ ଡିଏମକେ ପକ୍ଷରୁ ହାଜର ହୋଇ କହିଛନ୍ତି ଯେ ବିଧାନସଭା କାର୍ଯ୍ୟକାଳ ଖୁବ୍ ଶୀଘ୍ର ଶେଷ ହେବ । ତେଣୁ ଏହି ମାମଲାର ଶୀଘ୍ର ଶୁଣାଣି କରାଯିବା ଦରକାର । ଅନ୍ୟପକ୍ଷେ ଏଆଇଏଡିଏମକେ ବିଧାୟକଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏହି ଏହି ଟୋନିସକୁ ବିରୋଧ କରିଥିଲେ । ତେବେ ଡିଏମକେ ନେତାଙ୍କ ଏହି ଆବେଦନର ଶୁଣାଣି ଚାରି ସପ୍ତାହ ପରେ ହେବ ବୋଲି ସ୍ଥିର କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।