ଓଡିଶା

odisha

ETV Bharat / bharat

ତବଲିଗୀଙ୍କୁ କଳା ତାଲିକାଭୁକ୍ତ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଲେ ସୁପ୍ରିମକୋର୍ଟ - କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଲେ ସୁପ୍ରିମକୋର୍ଟ

ତବଲିଗୀ ଜମାତ ସଦସ୍ୟଙ୍କୁ କଳା ତାଲିକାଭୁକ୍ତ ତଥା ସେମାନଙ୍କ ଭିସା ବାତିଲ ଉପରେ ଏକ କରାଯାଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର କରାଯିବ । ଅଧିକ ପଢନ୍ତୁ...

ତବଲିଗୀଙ୍କୁ କଳା ତାଲିକାଭୁକ୍ତ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଲେ ସୁପ୍ରିମକୋର୍ଟ
ତବଲିଗୀଙ୍କୁ କଳା ତାଲିକାଭୁକ୍ତ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଲେ ସୁପ୍ରିମକୋର୍ଟ

By

Published : Jun 26, 2020, 11:06 PM IST

ନୂଆଦିଲ୍ଲୀ: ତବଲିଗୀ ଜମାତ ସଦସ୍ୟଙ୍କୁ କଳା ତାଲିକାଭୁକ୍ତ ତଥା ସେମାନଙ୍କ ଭିସା ବାତିଲ ଉପରେ ଏକ କରାଯାଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର କରାଯିବ । ଜଷ୍ଟିସ ଏଏମ ଖାନୱିଲକର, ଦୀନେଶ ମାହେଶ୍ବରୀ ଓ ସଞ୍ଜୀବ ଖାନ୍ନା ଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।

ଇଣ୍ଡୋନେସିଆ, ଜୋର୍ଡାନ, ଫିଜି, ଚୀନ, ସୁଦାନ, ତାଞ୍ଜାନିଆ, ମିଆଁମାର, ନେପାଳ ଓ ଶ୍ରୀଲଙ୍କାର ନାଗରିକ ଥିବା ଜମାତ ସଦସ୍ୟଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା କୋର୍ଟରେ ଶୁଣାଣି କରାଯାଇଛି । ତବଲିଗୀ ଜମାତ ସଦସ୍ୟଙ୍କୁ କେନ୍ଦ୍ର କଳା ତାଲିକାଭୁକ୍ତ କରିଛି । କୋରୋନା ଭାଇରସ ସଂକ୍ରମଣରେ ତବଲିଗୀ ଜମାତ ସଦସ୍ୟଙ୍କୁ ଦାୟୀ କରିବା ସହ ଗୃହ ମନ୍ତ୍ରଣାଳୟ ପ୍ରାୟ 2500 ଲୋକଙ୍କୁ କଳା ତାଲିକାଭୁକ୍ତ କରିଥିଲା।

ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ସେମାନେ ଯୁକ୍ତିକରିଛନ୍ତି ଯେ, ଏହି ନିଷ୍ପତ୍ତି ଏକପାଖିଆ ଅଟେ । ଏହା ପୂର୍ବରୁ ସେମାନଙ୍କୁ କୌଣସି ବିଜ୍ଞପ୍ତି ଦିଆଯାଇ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details