ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ଏବଂ ଦେଶବ୍ୟାପୀ ଲକଡାଉନ 4.0କୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ପରିସରରେ ଥିବା ସମସ୍ତ ଓକିଲ ଚାମ୍ବର ବ୍ଲକରେ କେବଳ ଓକିଲଙ୍କ ସହ ଜଣେ କର୍ମଚାରୀ ପ୍ରବେଶ କରିପାରିବେ ।
ଏଥିସହ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓକିଲମାନଙ୍କ ଚାମ୍ବର ବ୍ଲକ୍ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରବେଶ କରିବେ। କୋରୋନା ମହାମାରୀର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପରିସରରେ ଥିବା ସମସ୍ତ ଓକିଲ ଚାମ୍ବର ବ୍ଲକରେ ପ୍ରବେଶକାରୀଙ୍କ ପାଇଁ ନିମ୍ନଲିଖିତ ନିର୍ଦ୍ଦେଶାବଳୀ ଲାଗୁ କରିବାକୁ ଦକ୍ଷ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଗତ ମେ 21ରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।