ଓଡିଶା

odisha

ETV Bharat / bharat

ମୋଦି ସରକାରଙ୍କୁ ଆଶ୍ବସ୍ତି, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ - ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

By

Published : Jan 5, 2021, 11:20 AM IST

Updated : Jan 5, 2021, 12:02 PM IST

11:18 January 05

ମୋଦି ସରକାରଙ୍କୁ ଆଶ୍ବସ୍ତି, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ । ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ମଞ୍ଜୁରୀ ଦେଇଛନ୍ତି । ସୁପ୍ରିମକୋର୍ଟ  ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧିନରେ ଥିବା ସଂସଦ ଭବନ ଓ ଅନ୍ୟ ଅଟ୍ଟାଳିକାର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି ।  

ତେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ହେରିଟେଜ୍ ସଂରକ୍ଷଣ କମିଟିର ଅନୁମୋଦନ ଆବଶ୍ୟକ ବୋଲି କହିଲେ ସୁପ୍ରିମକୋର୍ଟ । ନିର୍ମାଣ ପୂର୍ବରୁ କମିଟିର ମଞ୍ଜୁରୀ ଦରକାର ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।  

ରାଜପଥର ଦୁଇ ପାଖର ରାସ୍ତାକୁ ସେଣ୍ଟ୍ରାଲ ଭିଷ୍ଟା କୁହାଯାଏ । ଏହି ପ୍ରକଳ୍ପକୁ ନେଇ ପରିବେଶ ମଞ୍ଜୁରୀ ଦିଆଯିବା ଓ ଏଥିପାଇଁ ଏହାର ଭୂମୀ ଉପଯୋଗରେ ବଦଳାଇବା ଉପରେ ପ୍ରଶ୍ନ ଉଠାଯାଇଥିଲା । ତେବେ ଏହାର ପୂର୍ବ ଶୁଣାଣିରେ କେବଳ ଶିଳାନ୍ୟାସକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ନିର୍ମାଣ ପାଇଁ କୌଣସି ଅନୁମତି ମିଳିନଥିଲା ।  

ସୂଚନାଥାଉକି, ଏହି ପ୍ରକଳ୍ପ ଗତବର୍ଷ ସେପ୍ଟେମ୍ବର ମାସରେ କରାଯାଇଥିଲା । ଯେଉଁଥିରେ ତ୍ରିଭୁଜାକାର ବିଶିଷ୍ଟ ସଂସଦ ଭବନ ନିର୍ମାଣ କରାଯିବ । ଏଥିରେ 900ରୁ 1200 ସାଂସଦ ବସିବା ପାଇଁ ବ୍ୟବସ୍ଥା କରାହେବ । ଯାହାର ନିର୍ମାଣ 2022 ଅଗଷ୍ଟ ସୁଦ୍ଧା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2021, 12:02 PM IST

ABOUT THE AUTHOR

...view details