ନୂଆଦିଲ୍ଲୀ: ମହାମାରୀ କୋରୋନାର ସଙ୍କଟ ଦେଇ ଗତି କରୁଛି ଭାରତ । ସବୁକ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । ବିଶେଷ କରି ଏହାର ଅଧିକ ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡିଛି । ଚଳିତ ଶିକ୍ଷା ବର୍ଷର ଅଧାରୁ ଅଧିକ ସମୟ ନଷ୍ଟ ହୋଇ ସାରିଥିବାବେଳେ ଶିକ୍ଷାନୁଷ୍ଠାନ କେବେ ଖୋଲିବ ଏନେଇ ଅନିଶ୍ଚିତତା ଲାଗି ରହିଛି । ସେପଟେ ବାକି ଥିବା ପରୀକ୍ଷାଗୁଡିକୁ ମଧ୍ୟ ବାତିଲ କରିବାକୁ ପଡୁଛି । ଏପରିସ୍ଥିତିରେ ମହାମାରୀ ସଂକ୍ରମଣ କାରଣରୁ ଚାର୍ଟାଡ ଆକାଉଣ୍ଟାଣ୍ଟ ପରୀକ୍ଷା କରାଇବାରେ ଅସୁବିଧା ହେବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି ଆଇସିଏଆଇ(ICAI) ।
ସାରା ଦେଶରେ ଜୁଲାଇ 29ରୁ ଅଗଷ୍ଟ 16 ଯାଏଁ ସିଏ ପରୀକ୍ଷା ହେବାକୁ ଥିଲା । ହେଲେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ଆୟୋଜନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଆଇସିଏଆଇ ପକ୍ଷରୁ ଆଉ କିଛି ସମୟ ମଗାଯାଇଛି । କୋର୍ଟ ଏହା ଉପରେ ନିର୍ଣ୍ଣୟ ନିଅନ୍ତୁ ବୋଲି ଆଇସିଏଆଇ କହିଛି ।