ଓଡିଶା

odisha

By

Published : May 21, 2019, 1:24 PM IST

ETV Bharat / bharat

ଇଭିଏମ ମାମଲାରେ ବିରୋଧିଙ୍କୁ ଝଟକା

ଶତ ପ୍ରତିଶତ ଇଭିଏମ ଭିଭିପାଟ ମିଶାଣ ଆବେଦନକୁ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ଖାରଜ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି । ଇଭିଏମରେ ତୃଟି ଥିବା ଆରୋପକୁ ନିର୍ବାଚନ ଆୟୋଗ ମଧ୍ୟ ଖଣ୍ଡନ କରିବା ତଥା ବିରୋଧୀ ଦଳଙ୍କ ଆବେଦନକୁ ଖାରଜ କରିବା ସହିତ ମତଦାନରେ ବ୍ୟବହୃତ ସମସ୍ତ ଇଭିଏମ ସୁରକ୍ଷିତ ଥିବା କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଇଭିଏମକୁ ନେଇ ବିବାଦ ଚାଲିଥିବା ବେଳେ ଏନେଇ ବିରୋଧୀ ଦଳ ନିର୍ବାଚନ ଆୟୋଗଙ୍କୁ ଭେଟିବା ପୂର୍ବରୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି ।

ଶତ ପ୍ରତିଶତ ଇଭିଏମ ଭିଭିପାଟ ମିଶାଣ ଆବେଦନକୁ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ଖାରଜ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ।

ଲୋକେ ସରକାର ଚୟନ କରୁଥିବାରୁ କୋର୍ଟ ମଝିରେ ଆସିବ ନାହିଁ କି ଗୋଟିଏ ଆବେଦନକୁ ବାରମ୍ବାର ଶୁଣିପାରିବ ନାହିଁ ବୋଲି ଅଦାଲତ କହିଛନ୍ତି ।

ଶତ ପ୍ରତିଶତ ଇଭିଏମ ଭିଭିପାଟ ମିଶାଣ ନେଇ ଏକ ଏନଜିଓ ସଂସ୍ଥା ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ପୂର୍ବରୁ 21ଟି ବିରୋଧୀ ଦଳ 50 ପ୍ରତିଶତ ଇଭିଏମ ସହ ଭିଭିପାଟକୁ ମିଶାଇବା ନେଇ କରିଥିବା ଆବେଦନକୁ ଅଦଲତ ଖାରଜ କରିଥିଲେ ।

ଅନ୍ୟପକ୍ଷରେ ଇଭିଏମରେ ତୃଟି ଥିବା ଆରୋପକୁ ନିର୍ବାଚନ ଆୟୋଗ ମଧ୍ୟ ଖଣ୍ଡନ କରିବା ସହ ବିରୋଧୀ ଦଳଙ୍କ ଆବେଦନକୁ ଖାରଜ କରିବା ସହିତ ମତଦାନରେ ବ୍ୟବହୃତ ସମସ୍ତ ଇଭିଏମ ସୁରକ୍ଷିତ ଥିବା କହିଛନ୍ତି ।

ABOUT THE AUTHOR

...view details