ନୂଆଦିଲ୍ଲୀ: ସାରା ଦେଶରେ ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମରେ ତାଜିଆ ଶୋଭାଯାତ୍ରା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନ ଶୁଣାଣି କରି ସୁପ୍ରିମକୋର୍ଟ ମହରମରେ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ସବୁ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଅନ୍ତି। ସମଗ୍ର ଦେଶର କଥା ଉଠିଲେ ଏନେଇ ଅନୁମତି ଦିଆଯାଇପାରିବ ନାହିଁ ।
ସମଗ୍ର ଦେଶରେ ମହରମ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା - ସୁପ୍ରିମକୋର୍ଟ
ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମରେ ତାଜିଆ ଶୋଭାଯାତ୍ରା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...
![ସମଗ୍ର ଦେଶରେ ମହରମ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା ସମଗ୍ର ଦେଶରେ ମହରମ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା](https://etvbharatimages.akamaized.net/etvbharat/prod-images/768-512-8577069-699-8577069-1598522181136.jpg)
ଏହି ମାମଲାରେ ଶିଆ ଧର୍ମ ଗୁରୁ କାଲବେ ଜବାଦ ଏକ ପିଟିସନ ଦାଖଲ କରିଥିଲେ। ଧାର୍ମଗୁରୁଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ କହିଛନ୍ତି ଯେ ପୁରୀରେ ଯେଉଁଭଳି ଭାବରେ ରଥ ଯାତ୍ରା ଅନୁମତି ଦିଆଯାଇଥିଲା, ସେହିଭଳି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରି ଏହି ଶୋଭାଯାତ୍ରାକୁ ଅନୁମତି ଦିଆଯାଉ। ଜୈନ ସମ୍ପ୍ରଦାୟକୁ ପର୍ଯ୍ୟୁଷଣ ସମୟରେ ମନ୍ଦିର ଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା। ଏହି କ୍ଷେତ୍ରରେ ମଧ୍ୟ ସମାନ କାର୍ଯ୍ୟ କରାଯିବା ଉଚିତ ।
ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି, ରଥ ଯାତ୍ରା କେବଳ ଗୋଟିଏ ସହରରେ ଅନୁଷ୍ଠିତ ହୋଇଥିଲା। ହେଲେ ମହରମ ପରିପ୍ରେକ୍ଷୀରେ ସମଗ୍ର ଦେଶରେ ଶୋଭାଯାତ୍ରା କରାଯିବ। କେଉଁ ସହରରୁ ଯାତ୍ରା ଆରମ୍ଭ ହେବ ଏବଂ କେଉଁଠିକୁ ଯିବ ତାହା କିଛି ସ୍ପଷ୍ଟ ହୋଇନାହିଁ | ଆମେ କିପରି ରାଜ୍ୟ ସରକାରଙ୍କ କଥା ନ ଶୁଣି ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ କୌଣସି ଆଦେଶ ଦେଇପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି ।