ଓଡିଶା

odisha

ETV Bharat / bharat

ଅମରନାଥ ଯାତ୍ରା ନେଇ ପ୍ରଶାସନ ଓ ବୋର୍ଡ ନେବ ନିଷ୍ପତ୍ତି: ସୁପ୍ରିମକୋର୍ଟ

କୋରୋନା ବୃଦ୍ଧି କାରଣରୁ ଅମରନାଥ ଯାତ୍ରା ହେବ କି ନାହିଁ ସେ ବିଷୟରେ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଯାହାକୁ ନେଇ ଏହାର ସମସ୍ତ ନିଷ୍ପତ୍ତି ଜମ୍ମୁ କାଶ୍ମୀର ପ୍ରଶାସନ ଏବଂ ଅମରନାଥ ଶ୍ରୀକ୍ଷେତ୍ର ବୋର୍ଡ ଉପରେ ଛାଡିଛନ୍ତି ସୁପ୍ରିମ କୋର୍ଟ । ଅଧିକ ପଢନ୍ତୁ...

By

Published : Jul 14, 2020, 3:26 PM IST

ଅମରନାଥ ଯାତ୍ରା ନେଇ ପ୍ରଶାସନ ଓ ଅମରନାଥ ଶ୍ରୀକ୍ଷେତ୍ର ବୋର୍ଡ ନେବ ନିଷ୍ପତ୍ତି: ସୁପ୍ରିମ କୋର୍ଟ
ଅମରନାଥ ଯାତ୍ରା ନେଇ ପ୍ରଶାସନ ଓ ଅମରନାଥ ଶ୍ରୀକ୍ଷେତ୍ର ବୋର୍ଡ ନେବ ନିଷ୍ପତ୍ତି: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କୋରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ଚଳିତ ବର୍ଷ ହେବ କି ନାହିଁ, ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ଅମରନାଥ ଯାତ୍ରା ରଦ୍ଦ କରିବାକୁ ଦାବି କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ନ୍ୟାୟପାଳିକା ଏବଂ ସରକାରଙ୍କ ପୃଥକ ପୃଥକ ଅଧିକାରର ନୀତି ଅନୁସରଣ କରି ଏହି କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ଯେ, ଯାତ୍ରା ଆୟୋଜିତ ହୋଇଛି କି ନାହିଁ । ଜମ୍ମୁ କାଶ୍ମୀର ପ୍ରଶାସନ ଏବଂ ଅମରନାଥ ଶ୍ରୀକ୍ଷେତ୍ର ବୋର୍ଡ ଏହା ନିଷ୍ପତ୍ତି ନେବେ। ଏହା ସହ ସୁପ୍ରିମକୋର୍ଟ ଚଳିତ ବର୍ଷ କୋରୋନା ସଙ୍କଟ ସମୟରେ ଅନୁଷ୍ଠିତ ହେବାକୁ ଥିବା ଅମରନାଥ ଯାତ୍ରାରେ ରହିବାକୁ ଏକ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି।

ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯାତ୍ରା ହେବ କି ନାହିଁ ତାହା ସ୍ଥିର କରିବା କାର୍ଯ୍ୟପାଳିକାର କାମ । ଏହି ମାମଲା ସରକାରଙ୍କୁ ଛାଡି ଦିଆଯିବା ଉଚିତ । ଉଭୟ ଯାତ୍ରା ଏବଂ ସ୍ୱାସ୍ଥ୍ୟ ସେବା କାର୍ଯ୍ୟନିର୍ବାହୀ ଏହି 2ଟି କାର୍ଯ୍ୟପାଳିକା ଅଧୀନରେ ରହିଛି। ତେଣୁ କୋର୍ଟ ଜିଲ୍ଲା ପ୍ରଶାସନର କାର୍ଯ୍ୟରେ ହସ୍ତକ୍ଷେପ କରିବ ନାହିଁ ।

ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପାଇଁ ତଥା ଏହି ସମୟରେ ନିଆଯିବାକୁ ଥିବା ସତର୍କତା ଉପରେ ନିଷ୍ପତ୍ତି ନେବା ସରକାରଙ୍କ କାମ। ଏହା କରିବାବେଳେ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରାଯିବା ଉଚିତ । ଆବେଦନକାରୀ ଏ ବାବଦରେ ସରକାରଙ୍କୁ ତାଙ୍କ ପ୍ରତିନିଧିତ୍ୱ ଦେଇପାରିବେ ବୋଲି କୋର୍ଟ କହିଛନ୍ତି ।

ABOUT THE AUTHOR

...view details