ଓଡିଶା

odisha

ETV Bharat / bharat

ଲକ୍ ଡାଉନ୍ ପ୍ରଭାବ: କଏଦୀଙ୍କୁ ଘରେ ସୁରକ୍ଷିତ ଛାଡିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ସୁପ୍ରିମକୋର୍ଟ

ଜାମିନରେ ଯାଉଥିବା ସମସ୍ତ କଏଦୀଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ଘରେ ଛାଡିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକ ଏହାର ଦାୟିତ୍ବ ନେବେ ।

lockdown
ଲକ୍ ଡାଉନ୍ ପ୍ରଭାବ

By

Published : Apr 8, 2020, 11:34 AM IST

ନୂଆଦିଲ୍ଲୀ: ଜାମିନରେ ଯାଉଥିବା ସମସ୍ତ କଏଦୀଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ଘରେ ଛାଡିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକ ଏହାର ଦାୟିତ୍ବ ନେବେ ।

ଏହାସହ କଏଦୀଙ୍କୁ ଅସ୍ଥାୟୀ ଶିବିରରେ ରହିବା ପାଇଁ ମଧ୍ୟ ସୁବିଧା ଦିଆଯାଇଛି । ଅନ୍ୟପକ୍ଷେ ମୁଖ୍ୟବିଚାରପତି ଏସ ଏ ବୋବଡେ ଓ ବିଚାରପତି ଏଲ୍ ନାଗେଶ୍ବର ରାଓଙ୍କ ମିଳିତ ଖଣ୍ଡପୀଠ କୋରୋନା ଭାଇରସ ସମୟରେ ଜେଲର ସ୍ଥିତିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦାଭେ କହିଥିଲେ କି ସମସ୍ତ ରାଜ୍ୟ ଲକ୍ ଡାଉନରେ ପଡିଥିବା କାରଣରୁ କଏଦୀ ମାନେ ନିଜ ନିଜ ଘରକୁ ଯାଇପାରୁ ନାହାଁନ୍ତି । ବିନା ପରିବହନରେ କଏଦୀମାନେ ଘରକୁ ଯିବା ଅସମ୍ଭବ ବୋଲି ଆଟର୍ଣି ଜେନେରାଲ କେ କେ ବେନୁଗୋପାଲ କହିଛନ୍ତି ।

ପ୍ରକାଶଥାଉକି, ମାର୍ଚ୍ଚ 23ରେ ସୁପ୍ରିମକୋର୍ଟ କଏଦୀଙ୍କୁ ଆନ୍ତରୀଣ ଜାମିନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ କଏଦୀଙ୍କୁ 7 ବର୍ଷରୁ କମ୍ କିମ୍ବା 7 ବର୍ଷ ଜେଲ ଦଣ୍ଡ ଶୁଣାଯାଇଛି, ସେମାନଙ୍କୁ ଜାମିନ ଦିଆଯିବ । ଜେଲରେ କଏଦୀଙ୍କ ସଂଖ୍ୟା ବଢୁଥିବା କାରଣରୁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଥିଲେ । ଭାରତ ସମ୍ବିଧାନର ଧାରା 21କୁ ଦୃଷ୍ଟିରେ ରଖି ଜେଲ ଭିତରେ କୋରୋନା ଭାଇରସର ବିସ୍ତାର ନିୟନ୍ତ୍ରିତ ହେବା ଜରୁରୀ ହୋଇ ପଡିଛି ବୋଲି କୋର୍ଟ କହିଛି ।

@PTI

ABOUT THE AUTHOR

...view details