ଓଡିଶା

odisha

ETV Bharat / bharat

ମହାମାରୀରେ ଋଣ ପରିଶୋଧ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ - SC asks Centre to reply on giving moratorium

କୋରୋନା ମହାମାରୀ ସମୟରେ ଋଣ ପରିଶୋଧ ସଂପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଋଣ ପରିଶାଧର ଅବଧିକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ଅଧିକ ପଢନ୍ତୁ...

ମହାମାରୀରେ ଋଣ ପରିଶୋଧ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ମହାମାରୀରେ ଋଣ ପରିଶୋଧ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

By

Published : Aug 26, 2020, 6:26 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ଋଣ ପରିଶୋଧ ସଂପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଋଣ ପରିଶାଧର ଅବଧିକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।

କୋରୋନା ମହାମାରୀ ସମୟରେ କରାଯାଇଥିବା ଋଣ ଉପରେ ସୁଧ ଛାଡ ନେଇ ଏକ ଆବେଦନର ଶୁଣାଣି ବେଳେ ଆପେକ୍ସ କୋର୍ଟ ଏହା ଉପରେ ସ୍ପଷ୍ଟୀକରଣ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଅଧୀନରେ ରିଜର୍ଭ ବ୍ୟାଙ୍କ ରହିଥିବାରୁ, ଏଥିରେ ସରକାର ସ୍ପଷ୍ଟୀକରଣ ରଖିବା କଥା ହେଲେ ସରକାର ଏହା କରିନଥିବା କଥା କୋର୍ଟ ଉଲ୍ଲେଖ କରିଛନ୍ତି ।

ଏହି ମାମଲାରେ କେବଳ ବ୍ୟବସାୟକୁ ଧ୍ୟାନ ଦେଲେ ହେବନି ବରଂ ଲୋକଙ୍କ ସମସ୍ୟାକୁ ଦୃଷ୍ଟି ଦେବାକୁ ହେବ ବୋଲି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଆପେକ୍ସ କୋର୍ଟର ଏକ ବେଞ୍ଚ ପ୍ରକାଶ କରିଛନ୍ତି । ସମସ୍ତ ବ୍ୟାଙ୍କ ଡିସେମ୍ବର 31 ପର୍ଯ୍ୟନ୍ତ ଋଣ ପରିଶୋଧର ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ମଧ୍ୟ ଏକ ଆବେଦନପତ୍ର ଦାଖଲ କରାଯାଇଛି । କୋରୋନା ମହାମାରୀର ପ୍ରଥମ 6 ମାସ ଅବଧିରେ ଇଏମଆଇର ସୁଧହାର ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଜୁନ ମାସରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

@ANI

ABOUT THE AUTHOR

...view details