ନୂଆଦିଲ୍ଲୀ: ଶାହିନବାଗର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପାଇଁ ନିଯୁକ୍ତ ହୋଇଥିବା ଆଲୋଚକଙ୍କ ମଧ୍ୟରୁ ୱଜାହତ୍ ହବିବୁଲ୍ଲା ସୁପ୍ରିମକୋର୍ଟରେ ଏକ ଯାଚିକା ଦାଏର କରିଛନ୍ତି । ଏହି ଯାଚିକାରେ ସିଏଏ ବିରୋଧରେ ବନ୍ଦ କରାଯାଇଥିବା ରାସ୍ତା ଖୋଲିବା ପାଇଁ ଏକ ବିକଳ୍ପ ସମାଧାନ ବିଷୟରେ କୁହାଯାଇଛି । କିଛି ରାସ୍ତାରେ ରଖାଯାଇଥିବା ବ୍ୟାରିକେଟକୁ ହଟାଇବା ପାଇଁ ଯାଚିକାରେ ଉଲ୍ଲେଖ କରାଯାଇଛି ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହବିବୁଲ୍ଲା ପ୍ରଥମେ ଶାହିନବାଗ ଧାରଣାସ୍ଥଳକୁ ଯାଇଥିଲେ ଓ ପରେ ଯାଚିକା ଦାଏର କରିଥିଲେ । ଶାହିନବାଗକୁ ଘେରି ପୋଲିସ 5ଟି ସ୍ଥାନରେ ବ୍ୟାରିକେଟ ଲଗାଇଛି । ଯଦି ଏହି ବ୍ୟାରିକେଟ ସବୁ ଉଠାଯାଏ ତେବେ ଟ୍ରାଫିକ ଚଳାଚଳରେ ସୁଧାର ଆସିପାରିବ ବୋଲି ସେ କହିଛନ୍ତି ।