ଓଡିଶା

odisha

ETV Bharat / bharat

ସ୍ବାସ୍ଥୀକର୍ମୀଙ୍କୁ ଦରମା ଦେବା ପ୍ରସଙ୍ଗ: ଶୁଣାଣିକୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ସାରା ଦେଶରେ କୋରୋନା ଡ୍ୟୁଟିରେ ନିୟୋଜିତ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବାକୁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟରା କରାଯାଇଥିଲା । ସୋମବାର ଏହି ଯାଚିକାର ଶୁଣାଣିକୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ସୁପ୍ରମକୋର୍ଟ ।

By

Published : Aug 10, 2020, 5:26 PM IST

sc
ସ୍ବାସ୍ଥୀକର୍ମୀଙ୍କୁ ଦରମା ଦେବା ପ୍ରସଙ୍ଗ ଶୁଣାଣିକୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଡ୍ୟୁଟିରେ ନିୟୋଜିତ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବାକୁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରାଯାଇଥିଲା । ସୋମବାର ଏହି ଯାଚିକାର ଶୁଣାଣିକୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରମକୋର୍ଟ ।

ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ସର୍ବୋଚ୍ଚ ଅଦାଲତର ଏକ ବେଞ୍ଚ ଡ. ଆରୁଶି ଜୈନଙ୍କ ଦ୍ବାରା ଦାୟରା କରାଯାଇଥିବା ଏହି ଯାଚିକାର ଶୁଣାଣି କରୁଛନ୍ତି । ସୋମବାର ଶୁଣାଣି ସମୟରେ ତ୍ରିପୁରା ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାର ଡାକ୍ତରମାନଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିଛନ୍ତି ବୋଲି ଏକ ଡକ୍ୟୁମେଣ୍ଟ ଦାଖଲ କରିଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟ ଏହି ଶୁଣାଣିକୁ ଆଗାମୀ ସପ୍ତାହ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ପ୍ରକାଶ ଥାଉକି, ଗତ ଜୁଲାଇରେ ସୁପ୍ରମିକୋର୍ଟ କେନ୍ଦ୍ର ସରକାରଙ୍କୁ କୋରୋନା ଡ୍ୟୁଟିରେ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରାଯିବା ନେଇ ସୁନିଶ୍ଚିତ କରିବାକୁ କହିଥିଲେ । ପଞ୍ଜାବ, ମହାରାଷ୍ଟ୍ର, ତ୍ରିପୁରା ଏବଂ କର୍ଣ୍ଣାଟକ ରାଜ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଠିକ ସମୟରେ ଦରମା ପ୍ରଦାନ କରୁନାହିଁ ବୋଲି କେନ୍ଦ୍ର କୋର୍ଟଙ୍କୁ ସୂଚନା ଦେବା ପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଏହି ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details