ନୂଆଦିଲ୍ଲୀ:ୟେସ୍ ବ୍ୟାଙ୍କର ଜମାକାରୀଙ୍କ ପାଇଁ ଆଶ୍ବାସନାର ଖବର । ଏସବିଆଇ କରିବ 2450 କୋଟି ନିବେଶ । ୟେସ୍ ବ୍ୟାଙ୍କର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରାଯାଉଛି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଶନିବାର ଗଣମାଧ୍ୟମକୁ କହିଛନ୍ତି ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ।
ଏହାସହ ୟେସ ବ୍ୟାଙ୍କକୁ ଆର୍ଥିକ ସଙ୍କଟରୁ ସୁଧାରିବା ଲାଗି ଏସବିଆଇ କାମ କରୁଥିବା ଦର୍ଶାଇ 49 ପ୍ରତିଶତ ଅଂଶଧନ ଏସବିଆଇ କିଣିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସୂଚନାଥାଉକି, ୟେସ୍ ବ୍ୟାଙ୍କର ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆରବିଆଇ, ବ୍ୟାଙ୍କର ବୋର୍ଡକୁ ଅବୈଧ ଘୋଷଣା କରିବା ସହ ନିଜ ନିୟନ୍ତ୍ରଣକୁ ନେଇଛି । ଏହାସହ ୟେସ୍ ବ୍ୟାଙ୍କରୁ ମାସକୁ 50000 ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ ବୋଲି କହିଛି ଆରବିଆଇ । ତେବେ ଏହା ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।
ସେପଟେ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ରିଜର୍ଭ ବ୍ୟାଙ୍କ ସହାୟତାରେ ୟେସ୍ ବ୍ୟାଙ୍କକୁ ପୁର୍ନଗଠନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ