ଓଡିଶା

odisha

ETV Bharat / bharat

ଶ୍ରାବଣ ତୃତୀୟ ସୋମବାର; ରାମଶ୍ବରପୀଠରେ ଶ୍ରାବଣରେ ଜଳାଭିଷେକ ମନା

ଭିନ୍ନ ପରମ୍ପରା ପ୍ରଚଳିତ ହୋଇଆସୁଛି ବୌଦ୍ଧରେ ଥିବା ରାମେଶ୍ବର ଶୈବପୀଠରେ। ଏଠାରେ ଲିଙ୍ଗକୁ ଶ୍ରାବଣ ସୋମବାରରେ ଜଳାଭିଷେକ କରାଯାଏ ନାହିଁ । ଅନ୍ୟ ସମସ୍ତ ମନ୍ଦିରରେ କେବଳ ବେଲପତ୍ର ଓ ଫୁଲ ସହ ପୂଜାର୍ଚ୍ଚନା କରାଯାଇଥାଏ ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

By

Published : Aug 5, 2019, 2:16 PM IST

ବୌଦ୍ଧ: ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର। ଏନେଇ ସମସ୍ତ ଶୈବପୀଠରେ କାଉଡିଆଙ୍କ ଭିଡ । ସମସ୍ତ ଶୈବପୀଠରେ କାଉଡିଆ ଓ ଶ୍ରଦ୍ଧାଳୁ ଜଳାଭିଷେକ କରିଛନ୍ତି। କିନ୍ତୁ ଓଡିଶାରେ ଏମିତି ଏକ ପ୍ରାଚୀନ ଶୈବପୀଠ ରହିଛି ଯେଉଁଠାରେ ଲିଙ୍ଗକୁ ଶ୍ରାବଣ ସୋମବାରରେ ଜଳାଭିଷେକ କରାଯାଏ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଏହି ଭିନ୍ନ ପରମ୍ପରା ବୌଦ୍ଧରେ ଥିବା ରାମେଶ୍ବର ଶୈବପୀଠରେ ପ୍ରଚଳିତ। ଏକାଦଶ ରୁଦ୍ରଙ୍କ ବିଜେସ୍ଥଳୀ ଭାବରେ ପରିଚିତ ଏହି ପ୍ରାଚୀନ ଶୈବପୀଠରେ କେବଳ ରାମେଶ୍ବରଙ୍କ ଠାରେ ଜଳାଭିଷେକ କରାଯାଇଥାଏ । ଅନ୍ୟ ସମସ୍ତ ମନ୍ଦିରରେ କେବଳ ବେଲପତ୍ର ଓ ଫୁଲ ସହ ପୂଜାର୍ଚ୍ଚନା କରାଯାଇଥାଏ । ସୋମବାର ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ କୋଣରୁ କାଉଡିଆ ଓ ଶ୍ରଦ୍ଧାଳୁ ଏହି ପବିତ୍ର ଶୈବପୀଠରେ ପହଞ୍ଚି ବେଲପତ୍ର ଦେଇ ନୀଳକଣ୍ଠଙ୍କୁ ଆରାଧନା କରିଥିଲେ। ହେଲେ ଶୈବପୀଠରେ ଜଳାଭିଷେକ ହୁଏନାହିଁ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details