ଓଡିଶା

odisha

By

Published : Dec 29, 2019, 11:06 PM IST

ETV Bharat / bharat

ସାଉଦିରେ କାଶ୍ମୀର ପ୍ରସଙ୍ଗକୁ ନେଇ ଇସଲାମିକ ଦେଶର ବୈଠକ, ଭାରତ ସହ ବଢିପାରେ ତିକ୍ତତା

ସାଉଦି ଆରବରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମସ୍ତ ଇସଲାମିକ ଦେଶର ବୈଦିଶିକ ମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ। ଏହାକୁ ‘ଅରଗାନାଇଜେସନ୍ ଅଫ୍ ଇସଲାମିକ୍ କପୋରେସନ’ ଆୟୋଜନ କରିବ ।

Saudi will call OIC meeting on Kashmir issue
ସାଉଦୀରେ କାଶ୍ମୀର ବିବାଦକୁ ନେଇ ଇସଲାମିକ ଦେଶର ବୈଠକ

ରିଆଦ: ସାଉଦି ଆରବରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମସ୍ତ ଇସଲାମିକ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ। ଏହାକୁ ‘ଅରଗାନାଇଜେସନ୍ ଅଫ୍ ଇସଲାମିକ୍ କର୍ପୋରେସନ’ ଆୟୋଜନ କରିବ । ଏହି ବୈଠକ ହେବା ଦ୍ବାରା ଭାରତ ଓ ସାଉଦି ଆରବ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇପାରେ ।

ନିକଟରେ ମାଲେସିଆରେ ମଧ୍ୟ ଏହି ଭଳି ଏକ ଇସଲାମିକ୍ ଶିଖର ସମ୍ମିଳନୀ ଆୟୋଜିତ କରିଯାଇଥିଲା । ଏଥିରେ ପାକିସ୍ତାନ ମଧ୍ୟ ସାମିଲ ହେଉଥିଲା ମାତ୍ର ସାଉଦି ଆରବ ମନା କରିବା କାରଣରୁ ପାକିସ୍ତାନ ମଧ୍ୟ ଏହି ସମ୍ମିଳନୀରୁ ନିଜକୁ ପଛକୁ ଘୁଞ୍ଚାଇ ଆଣିଥିଲା । ମାତ୍ର ବର୍ତ୍ତମାନ ସାଉଦି ଆରବର ଇସଲାମିକ୍ ଦେଶର ବୈଠକ, ଇସଲାମବାଦକୁ ନିଜ ସପକ୍ଷରେ କରିବାର ଏହା ଏକ ପ୍ରୟାସ ।

ତେବେ ଏହି ବୈଠକର ତାରିଖ ନିର୍ଦ୍ଧାରିତ କରାଯାଇ ନାହିଁ । ତେବେ ଏହି ବୈଠକ, ଭାରତ- ସାଉଦି ଆରବ ମଧ୍ୟରେ ନକାରତ୍ମକ ପ୍ରତିକ୍ରିୟା ହୋଇପାରେ । କାରଣ ଗତ କିଛିବର୍ଷ ହେବ ଭାରତ ଓ ସାଉଦି ଆରବ ମଧ୍ୟରେ ବିବାଦ ମଧ୍ୟ ବଢିଛି । ଅନ୍ୟପକ୍ଷେ, କାଶ୍ମୀରକୁ ନେଇ କୌଣସି ଇସଲାମିକ୍ ଦେଶ ପାକିସ୍ତାନର ସମର୍ଥନରେ ନଥିବା ବେଳେ ସାଉଦୀ ଆରବର ଏଭଳି ବୈଠକ ପାକିସ୍ତାନର ସମର୍ଥନ କରିପାରେ ।

ABOUT THE AUTHOR

...view details