ଓଡିଶା

odisha

ETV Bharat / bharat

କାଶ୍ମୀର ପ୍ରସଙ୍ଗ: ପୁଣି ପାକିସ୍ତାନର ଚାଲ୍‌ ବିଫଳ - କାଶ୍ମୀର ପ୍ରସଙ୍ଗ ପାଇଁ ଓଆଇସି ବୈଠକ

57 ମୁସଲମାନ ଦେଶକୁ ନେଇ ଗଠିତ ଓଆଇସି ସଙ୍ଗଠନ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲା ପାକିସ୍ତାନ । ହେଲେ ସେଠାରେ ମଧ୍ୟ ତାକୁ ନିରାଶ ହେବାକୁ ପଡିଛି । ଅଧିକ ପଢନ୍ତୁ...

pakistan PM
ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

By

Published : Feb 7, 2020, 10:49 AM IST

ଇସଲାମାବାଦ: ନିଜର ଚାଲ୍‌ ଜରିଆରେ ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟକରଣ କରିବା ଉଦ୍ୟମରେ ଲାଗି ପଡିଛି ପାକିସ୍ତାନ । ଏଭଳି କରି ବାରମ୍ବାର ବିଶ୍ବ ଦରବାରରେ ଲଜ୍ଜିତ ହେବା ପରେ ମଧ୍ୟ ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ। ଏହାକୁ ମୁସଲମାନଙ୍କ ପ୍ରସଙ୍ଗ ଭାବେ ଦର୍ଶାଇବାକୁ ଚେଷ୍ଟା କରୁଛି ହେଲେ ବାରମ୍ବାର ତାକୁ ବିଫଳ ହେବାକୁ ପଡୁଛି ।

ଏହି କ୍ରମରେ 57 ମୁସଲମାନ ଦେଶକୁ ନେଇ ଗଠିତ ଓଆଇସି( ଅର୍ଗାନାଇଜେସନ ଅଫ ଇସଲାମିକ କୋପରେସନ) ସଙ୍ଗଠନରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ପ୍ରୟାସ କରିଥିଲା ପାକିସ୍ତାନ । ହେଲେ ସେଠାରେ ମଧ୍ୟ ତାକୁ ନିରାଶ ହେବାକୁ ପଡିଛି । ଏପରିକି ଓଆଇସିର ଅନ୍ୟତମ ପ୍ରମୁଖ ସଦସ୍ୟ ସାଉଦି ଆରବ ଏନେଇ ପାକିସ୍ତାନକୁ କଡା ସମାଲୋଚନା କରିଛି ।

ଓଆଇସିର କାଉନ୍‌ସିଲ ଅଫ ଫରେନ ମିନିଷ୍ଟର୍ସ(ସିଏଫଏମ)ର ଜରୁରୀକାଳୀନ ବୈଠକ ଆୟୋଜନ କରିବାକୁ ନିବେଦନ କରିଥିଲା ପାକିସ୍ତାନ । ହେଲେ ପାକିସ୍ତାନର ଏହି ନିବେଦନକୁ ସାଉଦି ଆରବ ଖାରଜ କରିବା ସହ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛି। ଗତ ବର୍ଷ ଜମ୍ମୁ କଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପର ଠାରୁ ଓଆଇସି ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କରିବାକୁ ଜୋର ଦେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ABOUT THE AUTHOR

...view details