ଓଡିଶା

odisha

ETV Bharat / bharat

ୟୁଏଇ-ଭାରତ ସମ୍ପର୍କକୁ ମନେ ପକାଇଲେ କ୍ରାଉନ ପ୍ରିନ୍ସ - ୟୁଏଇ ଭାରତ ସମ୍ପର୍କ

ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟାଦ'ରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଆରବ ରାଜା ଭାରତ ସହ ଥିବା ପୁରୁଣା ସମ୍ପର୍କକୁ ମନେ ପକାଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

By

Published : Aug 24, 2019, 8:27 PM IST

Updated : Aug 24, 2019, 10:53 PM IST

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟାଦ'ରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ଦୁବାଇର କ୍ରାଉନ ପ୍ରିନ୍ସ ଭାରତ ସହ ଥିବା ପୁରୁଣା ସମ୍ପର୍କକୁ ମନେ ପକାଇଛନ୍ତି । ସେ ନିଜ ଟ୍ବିଟର ଆକାଉଣ୍ଟରେ 1955 ମସିହାର ଏକ ଫଟୋ ସେୟାର କରି ତତ୍କାଳୀନ ସାଉଦି ରାଜାଙ୍କ ପ୍ରଥମ ଭାରତ ଗସ୍ତକୁ ମନେ ପକାଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

ସାଉଦି ରାଜାଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ଫଟୋରେ ସାଉଦିର ପୂର୍ବତନ ରାଜାଙ୍କ ସହ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଫଟୋକୁ ସେୟାର କରି ସାଉଦି ରାଜା ଲେଖିଛନ୍ତି, 1955 ମସିହାରେ ତତ୍‌କାଳୀନ ସାଉଦୀ ରାଜା ସଉଦ 17 ଦିବସୀୟ ଭାରତ ଗସ୍ତ କରିଥିଲେ । ସେହି ସମୟରେ ସେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ମୈସୁର, ସିମଲା, ଆଗ୍ରା, ଅଲିଗଡ ଏବଂ ବାରଣାସୀ ଯାଇଥିଲେ ।

ସୂଚନାଯୋଗ୍ୟ ଯେ, 1955 ମସିହାରେ ତତ୍‌କାଳୀନ ସାଉଦୀ ରାଜା 17 ଦିବସୀୟ ଭାରତ ଗସ୍ତରେ ଆସିଥିଲେ । ସେ 1955 ମସିହା ନଭେମ୍ବର 27 ତାରିଖରେ ଭାରତ ଆସିଥିଲେ । ସେହି ସମୟରେ ସେ ଭାରତର 8 ଟି ପ୍ରମୁଖ ସହରକୁ ଯାତ୍ରା କରିଥିଲେ । ସେହି ସମୟରେ ଭାରତର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଥିଲେ । ଭାରତ ଗସ୍ତ ପରେ ସାଉଦି ରାଜା କହିଥିଲେ, ମୁଁ ଭାରତରେ ଥିବା ମୋର ମୁସଲମାନ ଭାଇଙ୍କ ସୁରକ୍ଷାକୁ ନେଇ ସୁନିଶ୍ଚିତ ଅଛି ।

Last Updated : Aug 24, 2019, 10:53 PM IST

ABOUT THE AUTHOR

...view details