ନୂଆଦିଲ୍ଲୀ: କୋରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ରିପୋର୍ଟ କୋରୋନା ନେଗେଟିଭ ଆସିଛି । ସେ ଏବେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି । ତେବେ ତାଙ୍କୁ ଶୁକ୍ରବାର ହିଁ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯିବ ବୋଲି ଜଣାପଡିଛି ।
କୋରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ, ଆଜି ହେବେ ଡିସଚାର୍ଜ - Satyendra Jain will be discharged today
ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ରିପୋର୍ଟ କୋରୋନା ନେଗେଟିଭ ଆସିଛି । ତାଙ୍କୁ ଶୁକ୍ରବାର ହିଁ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯିବ ବୋଲି ଜଣାପଡିଛି ।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ
ଜୁନ 16 ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କୋରୋନାରେ ସଂକ୍ରମିତ ହୋଇଥିବା ଜୁନ 17 ତାରିଖରେ ଜଣାପଡିଥିଲା । ଏହାପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ଫଳରେ ତାଙ୍କୁ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା ।
55 ବର୍ଷିୟ ଜୈନଙ୍କୁ ମ୍ୟାକ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯାଇଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା । ତେବେ ଶକ୍ରବାର ସେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହୋଇଛନ୍ତି ।