ଓଡିଶା

odisha

ETV Bharat / bharat

ସାତନା ଗୁଳିମାଡରେ ଦୁଇ ମହିଳା ମୃତ, କାରଣ ଅସ୍ପଷ୍ଟ

ଗତ ବିଳମ୍ବିତ ରାତ୍ରିରେ ନାଗୌଦ ଥାନା ନିକଟସ୍ଥ ସିତପୁରାଠାରେ କିଛି ଅଜଣା ବ୍ୟକ୍ତି ତିନିଜଣ ଲୋକଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ।

By

Published : Jun 7, 2019, 9:52 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ଇନପୁଟ

ମଧ୍ୟପ୍ରଦେଶ: ସାତନାରେ ଗୁଳିମାଡ । ଦୁଇ ଜଣ ମହିଳା ମୃତ। କିଛି ଅଜଣା ଲୋକ ମଧ୍ୟପ୍ରଦେଶର ସାତନା ନିକଟସ୍ଥ ସିତପୁରାଠାରେ ତିନି ଜଣଙ୍କୁ ଗୁଳି କରିଥିଲେ । ଘଟଣା ସ୍ଥଳରେ 2 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତ୍ରିରେ ନାଗୌଦ ଥାନାରେ ପାଖରେ ଥିବା ସିତପୁରାଠାରେ କିଛି ଅଜଣା ବ୍ୟକ୍ତି ତିନିଜଣ ଲୋକଙ୍କ ଉପରେ ଆଖି ବୁଜା ଗୁଳି ଚଳାଇଥିଲେ । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଢାବା ମାଲିକ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ଢାବା ମାଲିକଙ୍କୁ ନିକଟସ୍ଥ ମେଦିକାଲରେ ଭର୍ତ୍ତି କରାଯାଇଛି । ତେବେ ଏପର୍ଯ୍ୟନ୍ତ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ।

ଏପଟେ ଘଟଣା ଜଣାପଡିବା ପରେ ନାଗୌଦ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମହିଳାମାନେ ହେଲେ ମାୟା ଜୋଶୀ, ଚମ୍ପା ଜୋଶୀ । ଆହତ ଜଣଙ୍କ ଢାବା ମାଲିକ ଅଙ୍ଗଦ ଜୋଶୀ ବୋଲି ଜଣାପଡିଛି ।

ABOUT THE AUTHOR

...view details