ଓଡିଶା

odisha

କୋରୋନାରେ ହାଇଦ୍ରାବାଦର ଆହୁରି 6 ଲକ୍ଷ ଲୋକ ସଂକ୍ରମିତ ହେବେ: ଅଧ୍ୟୟନ

By

Published : Aug 21, 2020, 7:13 AM IST

ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ସିସିଏମବି) ପକ୍ଷରୁ ଏହି ଅଧ୍ୟୟନ କରିଛି । ସହରର ଆବର୍ଜନାକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନ ସହରର ପ୍ରାୟ 80 ପ୍ରତିଶତ ସ୍ବିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ ଆଧାରିତ ।

କୋରୋନାରେ ହାଇଦ୍ରାବାଦରେ 6 ଲକ୍ଷ ଲୋକ ସଂକ୍ରମିତ ହେବେ
କୋରୋନାରେ ହାଇଦ୍ରାବାଦରେ 6 ଲକ୍ଷ ଲୋକ ସଂକ୍ରମିତ ହେବେ

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏହା ଭିତରେ ତେଲେଙ୍ଗାନାରେ ହୋଇଥିବା ଏକ ଅଧ୍ୟୟନ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି । ଏକ ଅଧ୍ୟୟନ ଅନୁସାରେ ହାଇଦ୍ରାବାଦରେ 6 ଲକ୍ଷ ଲୋକ ଏବେ କୋରୋନା ଦ୍ବାରା ପୀଡିତ ହେବାକୁ ଯାଉଛନ୍ତି । ଲକ୍ଷଣଯୁକ୍ତ, ଲକ୍ଷଣବିହୀନ କିମ୍ବା କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି 35 ଦିନ ମଧ୍ୟରେ ଏହି ଭାଇରସ ଦ୍ବାରା ସଂକ୍ରମିତ ହେବେ ବୋଲି ଜଣାପଡିଛି । ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ସିସିଏମବି) ପକ୍ଷରୁ ଏହି ଅଧ୍ୟୟନ କରିଛି ।

ଅଧ୍ୟୟନ ଅନୁସାରେ, କୋଭିଡ ସଂକ୍ରମିତ ବ୍ୟକ୍ତି କେବଳ ନାସାଲ କିମ୍ବା ଓରାଲ ରୁଟ ମାଧ୍ୟମରେ ନୁହେଁ ବରଂ ମଳ ଦ୍ବାରା ମଧ୍ୟ ଭାଇରସ ଛାଡିପାରନ୍ତି । ଫଳରେ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆବର୍ଜନା କିମ୍ବା ବର୍ଜ୍ୟଜଳରୁ ନମୁନା ସଂଗ୍ରହ କରିବାକୁ ପଡିବ । ସ୍ବିରେଜ ନମୁନାରେ SARS-CoV-2 ସଂକ୍ରାମକ ନୁହେଁ, ତେଣୁ ଆବର୍ଜନା ନମୁନାକୁ ଏପିଡେମୋଡିକାଲ ଅଧ୍ୟୟନ ପାଇଁ ଉପଯୁକ୍ତ ବୋଲି ସିସିଏମବି ପ୍ରକାଶ କରିଛି ।

CCMB ଏବଂ IICT ର ବୈଜ୍ଞାନିକ ସ୍ୱିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STPs) ରୁ ସ୍ବିୱେଜ ନମୁନାର ପ୍ରକ୍ରିୟାକରଣ କରି ସହରରେ ସମ୍ଭାବ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଆକଳନ କରିବାକୁ SARS-CoV-2 ଭାଇରାଲ୍ RNA ର ଉପସ୍ଥିତି ଚିହ୍ନଟ କରିଥିଲେ । ଏହି ଅଧ୍ୟୟନରେ ପ୍ରାୟ 80 ପ୍ରତିଶତ STP କୁ ନେଇ କରାଯାଇଥିଲା ।

“ଯେହେତୁ ହାଇଦ୍ରାବାଦର କେବଳ 40% ଜଳ ନିଷ୍କାସନ STP ରେ ପହଛି, ତେଣୁ ଏହି ତଥ୍ୟ ସମୁଦାୟ ସଂକ୍ରମିତ ଲୋକମାନଙ୍କର ସଂଖ୍ୟାକୁ ବାହାର କରିବା ପାଇଁ ବ୍ୟବହୃତ ହୋଇପାରିବ, ଯାହା ପ୍ରାୟ 6.6 ଲକ୍ଷ ଅର୍ଥାତ୍ ସହରର ଜନସଂଖ୍ୟାର 6.6% । ସକ୍ରିୟ ମାମଲାଗୁଡ଼ିକର ରକ୍ଷଣଶୀଳ ଆକଳନ ପ୍ରାୟ 2.6 ଲକ୍ଷ ହୋଇପାରେ ’’ବୋଲି ସିସିଏମବି ପ୍ରକାଶ କରିଛି।

ABOUT THE AUTHOR

...view details