ନୂଆଦିଲ୍ଲୀ: କୋଲକାତାର ପୂର୍ବ କମିଶନର ରାଜୀବ କୁମାରଙ୍କ ବଢିଲା ଅଡୁଆ। ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜୀବଙ୍କୁ ପଚାରା ଉଚାରା କରାଯାଇଥିବା ସମ୍ପର୍କିତରିପୋର୍ଟ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିଥିଲା ସିବିଆଇ । ତେବେ ରାଜୀବଙ୍କ ବିରୋଧରେ ଲାଗିଥିବା ଆରୋପ ଅତ୍ୟନ୍ତ ଗମ୍ଭୀର ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତିରଞ୍ଜନ ଗୋଗାଇ, ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କ3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥଲେ । ଅତ୍ୟନ୍ତ ଗମ୍ଭୀର ତଥା ଗୁରୁତ୍ବପୁର୍ଣ୍ଣ ତଥ୍ୟ,କୋର୍ଟରେ ଉପସ୍ଥାପନା କରାଗଲେ ତାକୁ ଅଣଦେଖା କରାଯିବ ନାହିଁ ବେଲି ଖଣ୍ଡପୀଠ କହିଛନ୍ତି। ଏହା ସହିତ ରାଜୀବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିବାକୁ ତଦନ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଅବେଦନ ପାଇଁ ସିବିଆଇକୁ 10 ଦିନର ସମୟ ଦିଆଯାଇଛି । ତେବେ ଏହା ପରେ ରାଜୀବ କୁମାର ଏବଂ ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ 7 ଦିନ ଭିତରେ ନିଜର ଜବାବ ଦାଖଲ କରିପାରିବେବୋଲି କୋର୍ଟ କହିଛନ୍ତି ।