ଓଡିଶା

odisha

ETV Bharat / bharat

ରାଜୀବଙ୍କ ପାଇଁ ବଢିଲା ଅଡୁଆ, ସିବିଆଇକୁ ସୁପ୍ରିମକୋର୍ଟର ଗ୍ରୀନ ସିଗନାଲ

କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ପାଇଁ ବଢିଲା ଅଡ଼ୁଆ । ଶାରଦା ଚିଟଫଣ୍ଡ ମାମଲାରେ ପ୍ରମାଣ ନଷ୍ଟ ଅଭିଯୋଗ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି । ଫଳରେ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷାକୁ ଆଜି ଉଠାଇନେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 17, 2019, 12:48 PM IST

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଝଟକା ଲାଗିଛି । ପୂର୍ବରୁ ତାଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷାକୁ ଆଜି ଉଠାଇ ନେଇଛନ୍ତି । ରାଜୀବଙ୍କୁ ଗିରଫ କରିବାକୁ ସିବିଆଇ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ଏହି ନିଷ୍ପତ୍ତି ନେଇଛନ୍ତି । ତେବେ 7 ଦିନ ମଧ୍ୟରେ ଆଇନଗତ ସହାୟତା ନେଇପାରିବେ ବୋଲି ସିବିଆଇ ସ୍ପଷ୍ଟ କରିଛନ୍ତି ।

ଏହି ମାମଲାରେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ପ୍ରମାଣିତ ହେବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହ ସିବିଆଇକୁ ଅସହଯୋଗ କରିଥିବା ଜଣାପଡିଛି ।

ABOUT THE AUTHOR

...view details