ଓଡିଶା

odisha

ETV Bharat / bharat

ଗୋଟିଏ ଦିନରେ ଦରମା ପାଇବେ ପ୍ରାଇଭେଟ କର୍ମଚାରୀ, ଲାଗୁ ହେବ 'ୱାନ ନେସନ ୱାନ ପେ’ ଫର୍ମୁଲା - ଏକ ରାଷ୍ଟ୍ର ଏକ ବେତନ ଦିବସ

କେନ୍ଦ୍ର ସରକାର 'ଏକ ରାଷ୍ଟ୍ର ଏକ ବେତନ ଦିବସ' ଯୋଜନା ଲାଗୁ କରିବା ଉପରେ ବିଚାର କରୁଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ।

ଫାଇଲ ଫଟୋ

By

Published : Nov 15, 2019, 9:22 PM IST

ନୂଆଦିଲ୍ଲୀ: ସାରା ଦେଶରେ ସମାନ ବ୍ୟବସ୍ଥା ରହିବା ଦରକାର । ଏହି ବ୍ୟବସ୍ଥା ଅନୁସାରେ ପ୍ରତିଟି ଉଦ୍ୟୋଗର ସବୁ ବର୍ଗର କର୍ମଚାରୀ ଏବଂ ଶ୍ରମିକଙ୍କୁ ଗୋଟିଏ ଦିନରେ ଦରମା ମିଳିବା ଉଚିତ। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 'ଏକ ରାଷ୍ଟ୍ର ଏକ ବେତନ ଦିବସ' ଯୋଜନା ଲାଗୁ କରିବା ଉପରେ ବିଚାର କରୁଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ।

ଶୁକ୍ରବାର ସେଣ୍ଟ୍ରାଲ ଏସୋସିଏସନ ଅଫ ପ୍ରାଇଭେଟ ସିକ୍ୟୁରିଟି ଇଣ୍ଡଷ୍ଟ୍ରୀ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, କେନ୍ଦ୍ର ସରକାର 'ଏକ ରାଷ୍ଟ୍ର ଏକ ବେତନ ଦିବସ' ଯୋଜନା ଲାଗୁ କରିବା ଉପରେ ବିଚାର କରୁଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଆଇନ ପ୍ରସ୍ତୁତ କରି ସଂସଦରେ ପାସ କରିବାକୁ ମଧ୍ୟ ଚାହୁଁଛନ୍ତି । ଏହା ସହିତ ସରକାର ବିଭିନ୍ନ କ୍ଷେତ୍ରରେ ସାର୍ବଭୌମିକ ନ୍ୟୁନତମ ବେତନ ଲାଗୁ କରିବା ଉପରେ ମଧ୍ୟ ବିଚାର କରୁଥିବା ସେ କହିଛନ୍ତି ।

କେନ୍ଦ୍ର ସରକାର ବେତନ ସଂହିତା ଏବଂ ବ୍ୟବସାୟୀକ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳ ସ୍ଥିତି ସଂହିତା ଲାଗୁ କରିବା ଦିଗରେ କାମ କରୁଛନ୍ତି । ବେତନ ସଂହିତାକୁ ପୂର୍ବରୁ ହିଁ ସଂସଦରେ ମଞ୍ଜୁରୀ ମିଳିସାରିଛି ଏବଂ ଏବେ ଏହି ନିୟମ ଉପରେ କାମ ଜାରି ରହିଛି । ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳ ସ୍ଥିତି ସଂହିତାକୁ ଲୋକସଭାରେ ଗତ ଜୁଲାଇ 23 ତାରିଖରେ ଆଗତ କରାଯାଇଥିଲା । ଏହି ସଂହିତା 13 ତମ ଲେବର ଲ’କୁ ମିଶାଇ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଅନେକ ପ୍ରାବଧାନକୁ ସାମିଲ କରାଯାଇଥିଲା । ଏହା ସହିତ ପ୍ରତି କର୍ମଚାରୀଙ୍କ ଫ୍ରି ଆପଇଣ୍ଟମେଣ୍ଟ ଲେଟର ଏବଂ ବାଣର୍ଷିକ ମାଗଣା ସ୍ବାସ୍ଥ୍ୟା ସେବା ପରି ପ୍ରାବଧାନକୁ ମଧ୍ୟ ଏହି ନିୟମରେ ସାମିଲ କରାଯାଇଥିଲା ।

ABOUT THE AUTHOR

...view details