ଓଡିଶା

odisha

ETV Bharat / bharat

ମୋଦିଙ୍କ ଶପଥ ଗ୍ରହଣରେ ସନ୍ଥ ସମାଜ ସାମିଲ

ମୋଦିଙ୍କ ଭବ୍ୟ ଶପଥ ଗ୍ରହଣ ସମାରୋହରେ ସନ୍ଥ ସମାଜ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଶପଥ ଗ୍ରହଣ ସମାରୋହରେ ଖାସ କରି ଋଷିକେଶର ଦୟାନନ୍ଦ ଆଶ୍ରମର ସନ୍ଥ ସାମିଲ ହୋଇଛନ୍ତି ।

By

Published : May 30, 2019, 10:33 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦିଙ୍କ ଭବ୍ୟ ଶପଥ ଗ୍ରହଣ ସମାରୋହରେ ବିଭନ୍ନ ଦେଶର ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିବା ବେଳେ ସନ୍ଥ ସମାଜ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସନ୍ଥ ସମାଜ ଆଗମନରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣ ଭଗବା ରଙ୍ଗରେ ଆଚ୍ଛାଦିତ ହୋଇଛି ।

ଶପଥ ଗ୍ରହଣ ସମାରୋହରେ ଖାସ କରି ଋଷିକେଶର ଦୟାନନ୍ଦ ଆଶ୍ରମର ସନ୍ଥ ସାମିଲ ହୋଇଛନ୍ତି । ଏଠାରେ ମୋଦିଙ୍କ ଆଧ୍ୟାତ୍ମିକ ଗୁରୁ ଦୟାନନ୍ଦ ସରସ୍ବତୀ ରହୁଥିଲେ । ଆଶ୍ରମର ସ୍ବାମୀ ପରମାନନ୍ଦ ମହାରାଜ ମଧ୍ୟ ଦୁଇ ଦଶକରୁ ମୋଦିଙ୍କ ସହ ଜଡିତ ଅଛନ୍ତି ।

ମୋଦି ଦ୍ବତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ନେଉଥିବାରୁ ପରମାନନ୍ଦ ମହାରାଜ ଖୁସି ଜାହିର କରିବା ସହ ମୋଦିଙ୍କ ଦିର୍ଘାୟୁ ପାଇଁ ତାଙ୍କୁ ଆଶୀର୍ବାଦ ଦେବେ ବୋଲି ମହାରାଜ କହିଛନ୍ତି।

ABOUT THE AUTHOR

...view details