ଓଡିଶା

odisha

ETV Bharat / bharat

'2050 ସୁଦ୍ଧା ସଂସ୍କୃତ ସବୁଠାରୁ ଶ୍ରେଷ୍ଠ ଏବଂ ସମୃଦ୍ଧ ଭାଷା ଭାବେ ପରିଗଣିତ ହେବ' - Sanskrit to be world's top language by 2050

2050 ସୁଦ୍ଧା ସଂସ୍କୃତ ସବୁଠାରୁ ଶ୍ରେଷ୍ଠ ଏବଂ ସମୃଦ୍ଧ ଭାଷା ଭାବେ ପରିଗଣିତ ହେବ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ । ସଂସ୍କୃତ ଭାଷା ବିନା ଭାରତୀୟ ସଂସ୍କୃତିକୁ କଳ୍ପନା କରିବା ଏକ କଷ୍ଟକର ବ୍ୟାପାର ବୋଲି ସେ କହିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 11, 2019, 10:55 PM IST

ନୂଆଦିଲ୍ଲୀ: ଆସନ୍ତା 2050 ମସିହା ସୁଦ୍ଧା ସଂସ୍କୃତ ସବୁଠାରୁ ଶ୍ରେଷ୍ଠ ଭାଷା ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ କହିଛନ୍ତି । ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସଂସ୍କୃତ ଭାଷାର ମହତ୍ତ୍ବ ଉପରେ ବର୍ଣ୍ଣନା କରିଥିଲେ ।

ସେ କହିଥିଲେ, ସଂସ୍କୃତ ଭାଷା ବିନା ଭାରତୀୟ ସଂସ୍କୃତିକୁ କଳ୍ପନା କରିବା ଅସମ୍ଭବ । ବସୁଧୈବ କୁଟୁମ୍ବକମ୍ର ସଂସ୍କୃତି ହେଉଛି ଭାରତୀୟ ସଂସ୍କୃତି । ଅବଶିଷ୍ଟ ସମସ୍ତ ସଂସ୍କୃତିକୁ ଦୁନିଆ ସାଧାରଣ ହିସାବରେ ପରିଗଣିତ କରୁଛି । ସଂସ୍କୃତ କେବଳ ଏକ ସମୃଦ୍ଧ ଭାଷା ନୁହେଁ ବରଂ ଏହା ଏକ ଜୀବନ୍ତ ଭାଷା ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ କି, ଏହି ଭାଷା ଯାହା କୁହାଯାଇଥାଏ, ତାହା ହିଁ ଲେଖାଯାଏ ଓ ପଢାଯାଇଥାଏ।

ଦୁନିଆରେ ସଂସ୍କୃତ କେବଳ ଏକ ମାତ୍ର ବୈଜ୍ଞାନିକ ଭାଷା । ଏହି ଭାଷାକୁ ଯେଉଁମାନେ କହିଥାନ୍ତି, ସେମାନଙ୍କ ମଧ୍ୟରେ ଏକ ପ୍ରକାର ତେଜ ଦେଖିବାକୁ ମିଳିଥାଏ, ଉତ୍ସାହ ମଧ୍ୟ ସେମାନଙ୍କ ମଧ୍ୟରେ ଥାଏ ବୋଲି ସେ ସୂଚନା ଦେଇଥାନ୍ତି । ରମେଶ ଆହୁରି ମଧ୍ୟ କହିଥିଲେ କି, ନୂଆ ଶିକ୍ଷାନୀତି ଭାରତ କେନ୍ଦ୍ରୀତ ହେବ । ଏଥିରେ ଭାରତୀୟ ଜ୍ଞାନ ଏବଂ ବିଜ୍ଞାନର ପରିଚୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସେହିପରି ମନ୍ତ୍ରୀ ଦିନେଶ କାମାତ କହିଥିଲେ କି, ଯେଉଁ ଭାଷାକୁ ପ୍ରଚଳନ କରାଯାଇନଥାଏ, ତାହା ଏକ ମୃତ ଭାଷା ରୂପେ ପରିଗଣିତ ହୋଇଥାଏ । ସଂସ୍କୃତ ଭାଷା ଆଜିବି ଅନେକ ସ୍ଥାନରେ ପ୍ରଚଳିତ । ଅନେକଙ୍କ ଭାବନାକୁ ପ୍ରକାଶ କରିବାରେ ଏହା ସହାୟକ ହେଉଛି । ଏହାକୁ ଆମେ ଏକ ମୃତ ଭାଷା ଭାବେ ପରିଗଣିତ କରିପାରିବା ନାହିଁ । ସଂସ୍କୃତି ଭାରତୀ ସମଗ୍ର ଦେଶରେ 40 ହଜାର ଶିବିରର ଆୟୋଜନ କରି ପ୍ରାୟ 94 ଲକ୍ଷ ଲୋକଙ୍କୁ ସଂସ୍କୃତ ଶିକ୍ଷାଇବାରେ ସହାୟକ ହୋଇଛି ବୋଲି ସେ ସୂଚନା ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ କି, ଦୁନିଆର ସମସ୍ତ ସମସ୍ୟାର ସମାଧାନ ଯୋଗ ମାଧ୍ୟମରେ କରାଯାଇ ପାରିବ। ଆଉ ଯୋଗ ସଂସ୍କୃତରେ ରହିଛି । ତେବେ ବିଶ୍ବର 23 ଦେଶରେ ଏବଂ 593ଟି ଜିଲ୍ଲାରେ ସଂସ୍କୃତି ଭାରତୀ କାର୍ଯ୍ୟ କରୁଛ ବୋଲି ସେ ସୂଚନା ଦେଇଥିଲେ ।

For All Latest Updates

TAGGED:

ABOUT THE AUTHOR

...view details