ଓଡିଶା

odisha

By

Published : Feb 3, 2020, 10:10 AM IST

ETV Bharat / bharat

ଦିଲ୍ଲୀ ନିର୍ବାଚନ: ଯୋଗୀଙ୍କ ପ୍ରଚାର ବ୍ୟାନ ନ ହେଲେ ଧାରଣାରେ ବସିବେ ସଞ୍ଜୟ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି । ଆପ୍ ବିରୋଧରେ ବିବାଦୀୟ ବୟାନ ଦେଇଥିବାର ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ଅଧିକ ପଢନ୍ତୁ...

Sanjay Singh
ଫାଇଲ ଫଟୋ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି । ଆପ୍ ବିରୋଧରେ ବିବାଦୀୟ ବୟାନ ଦେଇଥିବାର ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ଦିଲ୍ଲୀ ନିର୍ବାଚନ ଆୟୋଗକୁ ଚିଠି ଲେଖି ତତ୍କାଳ ଯୋଗୀଙ୍କ ପ୍ରଚାରକୁ ବ୍ୟାନ କରିବାକୁ କହିଛନ୍ତି ସେ । ଯଦି ପ୍ରଚାର ନ ରୋକାଯାଏ, ତେବେ ଆଜି(ସୋମବାର) ଦିନ 12ଟାରେ ନିର୍ବାଚନ ଆୟୋଗ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ସଞ୍ଜୟ ସିଂହ ।

ସେ ଏକ ପ୍ରେସ କନଫରେନ୍ସରେ ଯୋଗ ଦେଇ ବିଜେପି ହାରିବା ଭୟରେ ଦିଲ୍ଲୀର ପରିବେଶକୁ ଖରାପ କରିବାକୁ ଚାହୁଁଛି । ସେ ଏହା ମଧ୍ୟ କହିଥିଲେ,‘ବିଜେପିର କେନ୍ଦ୍ର ମନ୍ତ୍ରୀ ହିଂସା କରିବା ପାଇଁ ବିବାଦୀୟ ବୟାନ ଦେଉଛନ୍ତି, ଏବେ ଖୁଲମାଖୁଲା ଗୁଳି ଚାଳନା ହେଉଛି । ପୋଲିସ ସାମ୍ନାରେ ଦିଲ୍ଲୀର ରାସ୍ତାରେ ଗୁଳି ଫୁଟାଗଲା ’ । ବିଜେପି ଦିଲ୍ଲୀ ପୋଲିସ ହାତ ବାନ୍ଧିକି ରଖିଛି ବୋଲି କହିଛନ୍ତି ସଞ୍ଜୟ ସିଂହ । ବଜେଟ ଉପସ୍ଥାପନା ପରେ ସେୟାର ମାର୍କେଟର ବହୁତ ନିମ୍ନ ସ୍ତରକୁ ଖସି ଆସିଛି । ଶିକ୍ଷା,ଚିକିତ୍ସା, ପାଣି, ରୋଜଗାର ମୁଦ୍ଦା ଉପରେ ବିଜେପି ଆଲୋଚନା କରିପାରିବ ନାହିଁ ସେଥିପାଇଁ ଦଙ୍ଗା କରୁଛି ବୋଲି କହିଛନ୍ତି ସେ ।

ପ୍ରକାଶଥାଉକି, ଯୋଗୀ ଆଦିତ୍ୟନାଥ ନିର୍ବାଚନ ପ୍ରଚାରରେ ଭାଗ ନେଇ କଥାରେ ନୁହେଁ ତ' ଲୋକେ ଗୁଳିରେ ମାନିଯିବେ ବୋଲି କହିଥିଲେ । ଏହାକୁ ନେଇ ଆପ୍ ବାରମ୍ବାର ଯୋଗୀଙ୍କୁ ଟାର୍ଗେଟ କରିଛି ।

ABOUT THE AUTHOR

...view details