ଓଡିଶା

odisha

କୋରୋନା ଲଢେଇ ରାଜନୈତିକ ନୁହେଁ, ଏହା ଜୀବନ ପାଇଁ ଯୁଦ୍ଧ: ସଞ୍ଜୟ ରାଉତ

By

Published : Sep 17, 2020, 12:14 PM IST

କୋରୋନା ବିରୋଧରେ ଲଢେଇ ରାଜନୈତିକ ନୁହେଁ, ଏହା ଜୀବନ ପାଇଁ ଯୁଦ୍ଧ ବୋଲି ରାଜ୍ୟସଭାରେ ଆଲୋଚନା ସମୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି । ଅଧିକ ପଢନ୍ତୁ...

ସଞ୍ଜୟ ରାଉତ
ସଞ୍ଜୟ ରାଉତ

ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢେଇ ରାଜନୈତିକ ନୁହେଁ, ଏହା ଜୀବନ ପାଇଁ ଯୁଦ୍ଧ ବୋଲି ଆଜି ରାଜ୍ୟସଭାରେ କୋଭିଡ୍‌କୁ ନେଇ ଚାଲିଥିବା ଆଲୋଚନା ସମୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ।

ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ କୋରୋନା ଆକ୍ରାନ୍ତ ହେଉଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଥିବାବେଳେ ସଞ୍ଜୟ ରାଉତ ଏପରି ମନ୍ତବ୍ୟ ରଖିଛନ୍ତି । ରାଜ୍ୟସଭାରେ ସେ କହିଛନ୍ତି,‘ ମୋ ମା ଓ ଭାଇ କୋଭିଡ୍‌ ସଂକ୍ରମଣ ହୋଇଛନ୍ତି । ମହାରାଷ୍ଟ୍ରର ଅନେକ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଧରାବୀ ବସ୍ତି ଆୟତ୍ତରେ ରହିଛି । WHO ବିଏମସିର ଏହି କାର୍ଯ୍ୟକୁ ପ୍ରଶଂସା କରିଛି । ମୁଁ ଏହା କିଛି ସଦସ୍ୟ ମାନଙ୍କୁ କହିବାକୁ ଚାହୁଁଛି ଯେ କି ଗତକାଲି ମହାରାଷ୍ଟ୍ରରେ ଅଧିକ ସଂକ୍ରମଣ ବୋଲି କଟାକ୍ଷ କରୁଥିଲେ ।’

ଏହାସହ ମୁଁ ଜାଣିବାକୁ ଚାହୁଁଛି ଏତେ ଲୋକ କିପରି ଭଲ ହେଲେ। ସେହିପରି ସରକାରଙ୍କୁ କଟାକ୍ଷ କି ସେ କହିଛନ୍ତି,‘କ୍ୟା ଭାବିଜୀ କେ ପାମ୍ପଡ ଖା କେ ଠିକ୍‌ ହୋ ଗୟେ’ ? ତେଣୁ ଏହା ରାଜନୈତିକ ଲଢେଇ ନୁହେଁ, ବରଂ ଏହା ଲୋକଙ୍କ ଜୀବନ ବଞ୍ଚାଇବାକୁ ଯୁଦ୍ଧ ବୋଲି ସଞ୍ଜୟ କହିଛନ୍ତି ।

@ANI

ABOUT THE AUTHOR

...view details