ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଶୁକ୍ରବାର ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ସରକାର ଗଠନ କରିବାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି , ‘ଲେଖି ନିଅ, ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ।’ ଏହା ସହ ଟ୍ବିଟ ଜରିଆରେ ବିନା ନାଁ ନେଇ ବିଜେପିକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି।
ଶିବସେନାରୁ ମୁଖ୍ୟମନ୍ତ୍ରୀ ହେବ ବୋଲି ସଞ୍ଜୟଙ୍କ ଦୃଢୋକ୍ତି - sanjay raut twit
ଶିବସେନାରୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ଶିବସେନା ଦୁଇ ତୃତୀୟାଂଶ ବହୁମତ ଯୋଗାଡ କରିପାରିବ ବୋଲି ସେ ଜଣାଇଛନ୍ତି।
ଡିଜାଇନ ଫଟୋ
ନିଜ ଟ୍ବିଟରରେ ଲେଖିଛନ୍ତି ଯେ 'ସାହେବ! ନିଜ ଭିତରେ ଏତେ ଅହଂଙ୍କାର ରଖନି, ସମୟର ସମୁଦ୍ରରେ ବୁଡିଛନ୍ତି ଅନେକ ବିଜେତା। ’ ଟ୍ବିଟରରେ କାହା ନାଁ ନେଇ ନଥିଲେ ବି ପରୋକ୍ଷ ସହଯୋଗୀ ବିଜେପିକୁ ଟାର୍ଗେଟ କରିଛନ୍ତି।
ଯେଉଁମାନଙ୍କ ପାଖରେ ବହୁମତ ନାହିଁ ସେମାନେ ସରକାର ଗଠନ କଥା ନ ଭାବନ୍ତୁ ନାହିଁ। ଶିବସେନା ଦୁଇ ତୃତୀୟାଂଶ ବହୁମତ ଯୋଗାଡ କରିପାରିବ ବୋଲି ସଞ୍ଜୟ ରାଉତ ଦୃଢୋକ୍ତି ପ୍ରକାଶ କରିଛନ୍ତି।