ଓଡିଶା

odisha

ETV Bharat / bharat

ସଞ୍ଜୟ କୋଠାରୀ ଦେଶର ନୂଆ ସିଭିସି, ବିମଳ ଜୁଲକା ସିଆଇସି ନିଯୁକ୍ତ

ରାଷ୍ଟ୍ରପତିଙ୍କ ସଚିବ ସଞ୍ଜୟ କୋଠାରୀ ଦେଶର ନୂଆ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି) ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ସଞ୍ଜୟ କୋଠାରୀଙ୍କୁ ଦେଶର ନୂଆ ସିଭିସି ଭାବରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Feb 19, 2020, 5:50 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ସଚିବ ସଞ୍ଜୟ କୋଠାରୀ ଦେଶର ନୂଆ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି) ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ସଞ୍ଜୟ କୋଠାରୀଙ୍କୁ ଦେଶର ନୂଆ ସିଭିସି ଭାବରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।

ଏଥିସହ ଏହି କମିଟି ଏକ ଗୁରତ୍ବପୂର୍ଣ୍ଣ ନିଯୁକ୍ତି କ୍ରମେ ପୂର୍ବ ସୂଚନା ଓ ପ୍ରସାରଣ ସଚିବ ବିମଳ ଜୁଲକାଙ୍କୁ ନୂଆ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରିଛନ୍ତି । ଏହି ଦୁଇ ଅଧିକାରୀ ଭାରତୀୟ ପ୍ରଶାସନିକ ସେବାରୁ ଅବସରପ୍ରାପ୍ତ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଔପଚାରିକ ଅନୁମୋଦନ ପରେ ନିଯୁକ୍ତି ସମ୍ପର୍କିତ ଆଦେଶ ଆଜି ଅର୍ଥାତ ବୁଧବାର ଦିନ ଜାରି କରାଯିବ । ଗତ ବର୍ଷ ଜୁନ ମାସରୁ ସିଭିସି ପଦ ଖାଲି ପଡିଥିଲା ।

ABOUT THE AUTHOR

...view details