ଜୟପୁର: ବିଧାୟକ କିଣାବିକା ମାମଲାରେ ଫୋନ କଲ ରେକର୍ଡିଂ ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ଜୈନଙ୍କ ରିମାଣ୍ଡ ଅବଧିକୁ ଜୁଲାଇ 24 ଯାଏଁ ବଢାଇ ଦିଆଯାଇଛି । 4 ଦିନର ରିମାଣ୍ଡ ଅବଧି ପୁରା ହେବା ପରେ ସଞ୍ଜୟକୁ କୋର୍ଟରେ ହାଜର କରାଇଥିଲା ଏସଓଜି ।
ବିଧାୟକ କିଣାବିକା ମାମଲା: 24 ଜୁଲାଇ ଯାଏଁ ସଞ୍ଜୟ ଜୈନଙ୍କ ରିମାଣ୍ଡ ବୃଦ୍ଧି - ବିଧାୟକ କିଣାବିକା ମାମଲା
ବିଧାୟକ କିଣାବିକା ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ଜୈନଙ୍କ ରିମାଣ୍ଡ ଅବଧିକୁ ଜୁଲାଇ 24 ଯାଏଁ ବୃଦ୍ଧି କଲେ କୋର୍ଟ । ଅଧିକ ପଢନ୍ତୁ...
![ବିଧାୟକ କିଣାବିକା ମାମଲା: 24 ଜୁଲାଇ ଯାଏଁ ସଞ୍ଜୟ ଜୈନଙ୍କ ରିମାଣ୍ଡ ବୃଦ୍ଧି ବିଧାୟକ କିଣାବିକା ମାମଲା: 24 ଜୁଲାଇ ଯାଏଁ ସଞ୍ଜୟ ଜୈନଙ୍କ ରିମାଣ୍ଡ ବୃଦ୍ଧି](https://etvbharatimages.akamaized.net/etvbharat/prod-images/768-512-8129466-thumbnail-3x2-sanjay.jpg)
ସଞ୍ଜୟର ରିମାଣ୍ଡ ଅବଧି ଆଉ 5 ଦିନ ବଢାଇବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲା ଏସଓଜି । ଏସଓଜିଙ୍କ ପକ୍ଷର ଆଇନଜୀବୀ ସନ୍ଥ କୁମାର କହିଛନ୍ତି ଯେ ଅଭିଯୁକ୍ତର 2 ଦିନର ମୋବାଇଲ ଲୋକେଶନ ମାନେସନରର ବୋଲି ଜଣାପଡିଛି । ଅନ୍ୟପକ୍ଷେ ରିମାଣ୍ଡ ଅବଧି ବୃଦ୍ଧିକୁ ସଞ୍ଜୟ ଜୈନଙ୍କ ଓକିଲ ବିରୋଧ କରିଛନ୍ତି । ପୋଲିସ 4 ଦିନର ରିମାଣ୍ଡ ଅବଧିରେ କିଛି ବି ପଚରା ଉଚୁରା କରିନଥିବା ଅଭିଯୁକ୍ତଙ୍କ ଓକିଲ କୋର୍ଟରେ କହିଛନ୍ତି ।
ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ଅଶୋକ ଗେହଲଟ ସରକାର ଭାଙ୍ଗିବାକୁ ନେଇ ଭାଇରାଲ ହୋଇଥିଲା ଏକ ଅଡିଓ । ଏହି ମାମଲାରେ ସଞ୍ଜୟ ଜୈନଙ୍କୁ ଗିରଫ କରିଥିଲା ଏସଓଜି । ସଞ୍ଜୟଙ୍କୁ ଜୟପୁରରୁ ଗିରଫ କରାଯାଇଥିଲା ।