ଓଡିଶା

odisha

ETV Bharat / bharat

ଗୋଦାମ ଘରେ ଥିଲା 25 କୋଟିର ଚନ୍ଦନ କାଠ - 25 କୋଟିର ଚନ୍ଦନ କାଠ

ସୀମା ସୁରକ୍ଷା ବଳ(ବିଏସଏଫ), ବନ ବିଭାଗ ଓ ପୋଲିସର ମିଳିତ ଚଢାଉରେ କୋଟି କୋଟି ଟଙ୍କାର ଚନ୍ଦନ କାଠ ଜବତ ହୋଇଛି । ତ୍ରିପୁରାରୁ ଜବତ ଏହି ଚନ୍ଦନ କାଠର ମୂଲ୍ୟ 25କୋଟି ଟଙ୍କା ବୋଲି ସୂଚନା ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Feb 26, 2020, 4:59 PM IST

ଅଗତାଲା: ସୀମା ସୁରକ୍ଷା ବଳ(ବିଏସଏଫ), ବନ ବିଭାଗ ଓ ପୋଲିସର ମିଳିତ ଚଢାଉରେ କୋଟି କୋଟି ଟଙ୍କାର ଚନ୍ଦନ କାଠ ଜବତ ହୋଇଛି । ପାଖାପାଖି 9 ହଜାର କିଲୋର ଚନ୍ଦନ କାଠ ଜବତ ହୋଇଛି । ତ୍ରିପୁରାରୁ ଜବତ ହୋଇଥିବା ଏହି ଚନ୍ଦନ କାଠର ମୂଲ୍ୟ 25 କୋଟି ଟଙ୍କା ବୋଲି ସୂଚନା ରହିଛି ।

ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ 9 ହଜାର କିଲୋର ଚନ୍ଦନ କାଠ ବେଆଇନ ଭାବେ ଅରୁନ୍ଧତୀନଗରର ଏକ ଗୋଦାମ ଘରେ ମହଜୁଦ ରହିଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ବନ ବିଭାଗ, ବିଏସଏଫ୍‌ ଓ ପୋଲିସ ଟିମ ଚଢାଉ କରି ଚନ୍ଦନ କାଠ ଜବତ କରିଛନ୍ତି । ଜବତ ଚନ୍ଦନ କାଠର ବଜାର ମୂଲ୍ୟ 25 କୋଟି ବୋଲି କହିଛନ୍ତି ବିଏସଏଫ ଇନ୍ସପେକ୍ଟର ଜେନେରାଲ ଅଶୋକ କୁମାର ଯାଦବ ।

ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ସୂଚନା ରହଛି । ଏତେ ପରିମାଣର ଚନ୍ଦନ କାଠ ଜବତ ସମଗ୍ର ଉତ୍ତରପୂର୍ବ ରାଜ୍ୟ ମାନଙ୍କରେ ପ୍ରଥମ ଘଟଣା । ପ୍ରାଥମିକ ତଦନ୍ତ ପରେ ଜବତ ଚନ୍ଦନ କାଠ ରଖାଯାଇଥିବା ଗୋଦାମ ଜଣେ ବେସରକାରୀ ତମାଖୁ କମ୍ପାନୀ ମାଲକଙ୍କର ବୋଲି ଜଣା ପଡିଛି । ବିଗତ କିଛି ବର୍ଷ ହେବ ଏହି କମ୍ପାନୀ ବନ୍ଦ ପଡିଥିଲା ସୂଚନା ଦେଇଛି ପୋଲିସ ।

ତ୍ରିପୁରା ପଶ୍ଚିମାଞ୍ଚଳ ବନ ବିଭାଗ ଅଧିକାରୀ ଶକ୍ତିକାନ୍ତ ସିଂହ କହିଛନ୍ତି ଯେ ଜବତ ଚନ୍ଦନ କାଠ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି । ଏହାର ବଜାର ମୂଲ୍ୟ ପାଖାପାଖି 25ରୁ 30 କୋଟି ରହିବ । ଜବତ ଚନ୍ଦନ କାଠର ଗୁଣବତ୍ତା ଓ ମୂଲ୍ୟ ପରଖିବା ପାଇଁ କାଠର ନମୁନା ବେଙ୍ଗାଲୁରୁ ସ୍ଥିତ ଇନ୍ସଷ୍ଟିଚ୍ୟୁଟ ଅଫ୍‌ ଉଡ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଓ ଡେହେରାଡୁନ ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନ୍ସଷ୍ଟିଚ୍ୟୁଟକୁ ପଠାଯିବା ବ୍ୟବସ୍ଥା କରିଛୁ ।

ଏହାସହ ଏତେ ପରିମାଣର ଚନ୍ଦନ କାଠ ଗୋଦାମ ଘରକୁ କେଉଁ ପରିସ୍ଥିତିରେ କିଭଳି ଭାବରେ ଆସିଲା ସେ ନେଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଶକ୍ତିକାନ୍ତ ସିଂହ ।

ABOUT THE AUTHOR

...view details