ହାଇଦ୍ରାବାଦ: ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 5ଜି ସେବାର ଆରମ୍ଭ ହୋଇନାହିଁ । କିନ୍ତୁ ସାମସଙ୍ଗ ଏବେ 6ଜି ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ସାମସଙ୍ଗ ଏନେଇ ଏକ 6G ନେଟୱାର୍କର ସ୍ବତ ପତ୍ର ଉପସ୍ଥାପନ କରିଛି । ଗତବର୍ଷ ସାମସଙ୍ଗ ନିଜର 6ଜି ନେଟୱାର୍କରେ ଅନୁସନ୍ଧାନ ଆରମ୍ଭ କରୁଥିବାବେଳେ ବର୍ତ୍ତମାନ କମ୍ପାନୀ ଏହାର ସ୍ଲଟ୍ ପ୍ରକାଶ କରିଛି ।
ଏହି ସ୍ବତ ପତ୍ରରେ ସାମସଙ୍ଗ 6ଜିକୁ ନେଇ ଏକ ତଥ୍ୟ ଉପସ୍ଥାପନ କରିଛି । ଏହି ତଥ୍ୟ ଅନୁଯାୟୀ, 2028 ସୁଦ୍ଧା 6ଜି ସେବା ଆରମ୍ଭ କରାଯିବ । 6ଜି ସପୋର୍ଟ କରୁଥିବା ଡିଭାଇସର ସ୍ପିଡ 1000 ଜିବିପିଏସ୍ ଧାର୍ଯ୍ୟ କରାଯାଇଛି ।