ଓଡିଶା

odisha

ETV Bharat / bharat

ଜୁନ 8ରେ ଭାରତରେ ଲଞ୍ଚ ହେବ ଗ୍ୟାଲାକ୍ସି ଟ୍ୟାବ ଏସ6 ଲାଇଟ - ସାମସଙ୍ଗ ଲାଟେଷ୍ଟ ନ୍ୟୁଜ୍‌

ଦକ୍ଷିଣ କୋରିଆନ ଟେକ ଜାଏଣ୍ଟ ସାମସଙ୍ଗ ରବିବାର ଏକ ବଡ ଘୋଷଣା କରିଛି । ଏହି ଘୋଷଣା ମୁତାବକ କମ୍ପାନୀ ଜୁନ 8, ସୋମବାରରେ ଭାରତରେ ଲଞ୍ଚ କରିବାକୁ ଯାଉଛି ଗ୍ୟାଲାକ୍ସି ଟ୍ୟାବ ଏସ6 ଲାଇଟ ଟାବଲେଟ ।

galaxy tab s6 lite, samsung's new tab in india, samsung latest news, latest technology news, ଗ୍ୟାଲାକ୍ସି ଟ୍ୟାବ ଏସ6 ଲାଇଟ, ଭାରତରେ ସାମସଙ୍ଗର ନୂଆ ଟ୍ୟାବ, ସାମସଙ୍ଗ ଲାଟେଷ୍ଟ ନ୍ୟୁଜ୍‌, ଟେକ୍ନୋଲୋଜି ଲାଟେଷ୍ଟ ନ୍ୟୁଜ୍‌
ଜୁନ 8ରେ ଭାରତରେ ଲଞ୍ଚ ହେବ ଗ୍ୟାଲାକ୍ସି ଟ୍ୟାବ ଏସ6 ଲାଇଟ

By

Published : Jun 8, 2020, 12:26 AM IST

ହାଇଦ୍ରାବାଦ: ଦକ୍ଷିଣ କୋରିଆନ ଟେକ ଜାଏଣ୍ଟ ସାମସଙ୍ଗ ରବିବାର ଏକ ବଡ ଘୋଷଣା କରିଛି । ଏହି ଘୋଷଣା ମୁତାବକ କମ୍ପାନୀ ଜୁନ 8, ସୋମବାରରେ ଭାରତରେ ଲଞ୍ଚ କରିବାକୁ ଯାଉଛି ଗ୍ୟାଲାକ୍ସି ଟ୍ୟାବ ଏସ6 ଲାଇଟ ଟାବଲେଟ । ଏନେଇ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ନିଜ ଅଫିସିଆଲ ଟ୍ବିଟରେ #ଗ୍ୟାଲାକ୍ସିଟ୍ୟାବଏସ6ଲାଇଟ ନାମରେ ଟ୍ବିଟ କରିଛି ସାମସଙ୍ଗ ।

କେତେକ ବଜାରରେ ଏହା ଉପଲବ୍ଧ ଥିବା ବେଳେ ଏହାର ମୂଲ୍ୟ ଚୀନ ସହ ସମାନ ରହିବ । ଅର୍ଥାତ୍‌ ଏହି ଟ୍ୟାବର ମୂଲ୍ୟ ପ୍ରାୟ 30,000 ଟଙ୍କା ରହିବ । ଏନେଇ ଆମାଜନ ଇଣ୍ଡିଆ ଏକ ପେଜରେ ସ୍ବତନ୍ତ୍ର ଭାବେ ୟୁଜର୍ସଙ୍କୁ ସୂଚନା ଦେଇଛି । ଏଥିସହ ଟ୍ୟାବ ପାଇଁ ପ୍ରି-ଅର୍ଡର ମଧ୍ୟ ହୋଇସାରିଛି । ଯାହା ଭାରତୀୟଙ୍କର ଏହି ଟ୍ୟାବ ପ୍ରତି ଆକର୍ଷଣକୁ ସ୍ପଷ୍ଟ କରିଛି ।

ଏହି ଟ୍ୟାବରେ ଆଣ୍ଡ୍ରଏଡ 10, ୟୁଆଇ 2.0 ରହିବ । ଏଥିସହ ଏଥିରେ ଅକ୍ଟା-କୋର ପ୍ରୋସେସର ଟିପସେଟ ରହିବ । ଏଥିରେ 3ଟି ଭାରିଏଣ୍ଟ ରହିବ । ସେ ହେଉଛି 4ଜିବି, 64ଜିବି ଓ 128 ଜିବି ର୍ୟାମ ବିଶିଷ୍ଟ ଷ୍ଟୋରେଜ । ଟ୍ୟାବରେ 10.4 ଇଞ୍ଚର WUXGA ବା 1,200x2,000 ପିକ୍ସେଲର ଟିଏଫଟି ଡିସପ୍ଲେ ରହିବ । ଏଥିରେ 8 ଏମପିର ଗୋଟିଏ ମାତ୍ର କ୍ୟାମେରା ରହିଛି । ଯାହା ଅଟୋ-ଫୋକସ ସପୋର୍ଟ କରେ । ବ୍ୟାଟେରୀ ବ୍ୟାକଅପ୍‌ ପାଇଁ ଟ୍ୟାବରେ 7040 ଏମଏଏଚର ବ୍ୟାଟେରୀ ରହିଛି । ସେହିପରି କନେକ୍ଟିଭିଟି ପାଇଁ 3.5 ଏମଏମ ଅଡିଓ ଜ୍ୟାକ, ଡୁଆଲ ବ୍ୟାଣ୍ଟ ୱାଇଫାଇ, ବ୍ଲୁଟୁଥ v5.0 ଓ ଜିପିଏସ ରହିଛି ।

@IANS

ABOUT THE AUTHOR

...view details