ଓଡିଶା

odisha

ETV Bharat / bharat

ସ୍ମାର୍ଟଫୋନ ବଜାରରେ ନୂଆ ଲଞ୍ଚ, ଆସୁଛି ସାମସଙ୍ଗ ଗ୍ୟାଲାକ୍ସି A31

ସୋମବାର ବିଧିବଦ୍ଧ ଭାବେ ସାମସଙ୍ଗ ଏହାର ନୂଆ ଲଞ୍ଚିଂକୁ ନେଇ ଖୁଲାସା କରିଛି । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି କମ୍ପାନୀର ମିଡ ରେଞ୍ଜ ସ୍ମାର୍ଟଫୋନ ଗ୍ୟାଲାକ୍ସି A31 । ଏହା ଜୁନ 4ରେ ଲଞ୍ଚ ହେବା ନେଇ କମ୍ପାନୀ ସୋମବାରର ଘୋଷଣାରେ ସ୍ପଷ୍ଟ କରିଛି ।

By

Published : May 26, 2020, 6:43 AM IST

samsung, samsung smartphone, samsung galaxy A31, latest technology news, latest gadget news, ସାମସଙ୍ଗ, ସାମସଙ୍ଗ ସ୍ମାର୍ଟଫୋନ, ସାମସଙ୍ଗ ଗ୍ୟାଲାକ୍ସି A31, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ଗ୍ୟାଜେଟ ନ୍ୟୁଜ୍‌
ସ୍ମାର୍ଟଫୋନ ବଜାରରେ ନୂଆ ଲଞ୍ଚ, ଆସୁଛି ସାମସଙ୍ଗ ଗ୍ୟାଲାକ୍ସି A31

ହାଇଦ୍ରାବାଦ: ସୋମବାର ବିଧିବଦ୍ଧ ଭାବେ ସାମସଙ୍ଗ ଏହାର ନୂଆ ଲଞ୍ଚିଂକୁ ନେଇ ଖୁଲାସା କରିଛି । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି କମ୍ପାନୀର ମିଡ ରେଞ୍ଜ ସ୍ମାର୍ଟଫୋନ ଗ୍ୟାଲାକ୍ସି A31 । ଏହା ଜୁନ 4ରେ ଲଞ୍ଚ ହେବା ନେଇ କମ୍ପାନୀ ସୋମବାରର ଘୋଷଣାରେ ସ୍ପଷ୍ଟ କରିଛି । ଏହି ଫୋନରେ କ୍ବାଡ କ୍ୟାମେରା ସେଟିଂ ସହ 48 ଏମପି ମେନ ସେନ୍ସରର ରିଅର କ୍ୟାମେରା ରହିବ ।

ଫୋନଟିରେ 6.4ଇଞ୍ଚର ସୁପର ଆମୋଲେଡ ଡିସପ୍ଲେ ରହିବା ସହ ବ୍ୟାଟେରୀ ବ୍ୟାକଅପ୍‌ 5000ଏମଏଏଚର ରହିବ । ତେବେ ଚାର୍ଜିଂ ପାଇଁ 15 ୱାଟ୍‌ ଫାଷ୍ଟ ଚାର୍ଜର ସୁବିଧା ରହିବା ନେଇ କମ୍ପାନୀ ଏକ ଟିଜରରେ ସ୍ପଷ୍ଟ କରିଛି । କମ୍ପାନୀର ସୂଚନା ମୁତାବକ ଫୋନଟି ଭାରତରେ ମିଡିଆଟେକ ଅକ୍ଟାକୋର ପ୍ରୋସେସର ଦ୍ବାରା ପରିଚାଳିତ ହେବ । ଯାହାର ମୂଲ୍ୟ ପାଖାପାଖି 23,000 ରହିବ ।

ଗ୍ୟାଲାକ୍ସି A31ର ମାତ୍ର ଗୋଟିଏ ଭର୍ସନ ଅର୍ଥାତ 6,128 ଜିବିର ଭର୍ସନ ଉପଲବ୍ଧ ହେବା ନେଇ ସୂଚନା ରହିଛି । ସେପଟେ ସ୍ମାର୍ଟଫୋନଟିର ଫ୍ରଣ୍ଟରେ 20 ଏମପିର କ୍ୟାମେରା ରହିବ । ଏହି ଫୋନ କମ୍ପାନୀର ସମସ୍ତ ଅନଲାଇନ ଓ ଅଫଲାଇନ ପ୍ଲାଟଫର୍ମ ସମେତ ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ । ଏହା ଭାରତରେ ଲଞ୍ଚ ହେବାକୁ ଥିବା A ସିରିଜର ତୃତୀୟ ସଂସ୍କରଣ ହେବ ।

@IANS

ABOUT THE AUTHOR

...view details