ନୂଆଦିଲ୍ଲୀ: 24 ଘଣ୍ଟାରେ ଦେଶରେ ମୋଟ 1 ଲକ୍ଷ 65 ହଜାର 412 କୋଭିଡ-19 ପରୀକ୍ଷା ହୋଇଥିବା ସୂଚନା ଦେଇଛି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆର । କୋରୋନା ମହାମାରୀ ପରଠାରୁ ଗୋଟେ ଦିନରେ ଏହା ସର୍ବାଧିକ ପରୀକ୍ଷା କରାଯାଇଥିବା ଆଇସିଏମଆର ସୂଚନା ଦେଇଛି ।
ଏପର୍ଯ୍ୟନ୍ତ 62 ଲକ୍ଷ 49 ହଜା 668 ପରୀକ୍ଷା କରାଯାଇଛି । ଭାରତରେ ମୋଟ 953 ଲାବ୍ରୋଟାରୀ ରହିଛି । ସରକାରୀ ଲାବ୍ରୋଟାରୀ 699 ହୋଇଥିବା ବେଳେ ବେସରକାରୀ 254ଟି ରହିଛି ।