ଓଡିଶା

odisha

ETV Bharat / bharat

ୟୁପିର ଚିନ୍ତା ବଢାଉଛି ଦିଲ୍ଲୀ, 429 ଲୋକ କୋରୋନା ସନ୍ଦିଗ୍ଧ

ବିଦେଶୀ ଲୋକଙ୍କୁ ଲୁଚାଇଥିବା ଅଭିଯୋଗରେ କିଛି ମୁସଲିମ ମୌଲବୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଲକଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପୋଲିସ କେସ ଫାଇଲ କରିଛି । ଅଧିକ ପଢନ୍ତୁ...

By

Published : Apr 2, 2020, 8:00 PM IST

ୟୁପିର ଚିନ୍ତା ବଢାଉଛି ଦିଲ୍ଲୀ, 429 ଲୋକ କୋରୋନା ସନ୍ଦିଗ୍ଧ
ୟୁପିର ଚିନ୍ତା ବଢାଉଛି ଦିଲ୍ଲୀ, 429 ଲୋକ କୋରୋନା ସନ୍ଦିଗ୍ଧ

ଲକ୍ଷ୍ନୌ: ଦିଲ୍ଲୀ ମରକାଜ ସମାବେଶ ସାରା ଦେଶର ଚିନ୍ତା ବଢାଉଛି । ଉତ୍ତରପ୍ରଦେଶକୁ ମଧ୍ୟ ଅନେକ ମୁସଲିମ ଲୋକ ଫେରିଥିବାର ସନ୍ଦେହ କରାଯାଉଛି । ଏମାନଙ୍କ ମଧ୍ୟରୁ ପୋଲିସ କିଛି ଲୋକଙ୍କୁ ଚିହ୍ନଟ କରିଥିବାବେଳେ ଆହୁରି କେତେକଙ୍କୁ ଖୋଜା ଚାଲିଛି ।

ତେବେ ଏବେ ସୁ୍ଦ୍ଧା ଚିହ୍ନଟ ଲୋକଙ୍କ ମଧ୍ୟରୁ 429 ଜଣ ସନ୍ଦିଗ୍ଘଙ୍କ ନମୁନା ଦିଲ୍ଲୀକୁ ପରୀକ୍ଷା ପାଇଁ ପଠାଯାଇଛି । ଏମାନେ ସମସ୍ତେ ମରକାଜର ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ 121ଟି କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି । ବୁଧବାରଠାରୁ ଏପର୍ଯ୍ୟନ୍ତ ମାତ୍ର 8ଟି ଲୋକଙ୍କ ସମ୍ପର୍କରେ ରିପୋର୍ଟ ଆସିଛି । ତେଣୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁନଥିବା ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅୱାନିଶ ଅୱାସ୍ତି କହିଛନ୍ତି ।

ସେହିପରି ବୁଧବାର ବିଦେଶୀ ଲୋକଙ୍କୁ ଲୁଚାଇଥିବା ଅଭିଯୋଗରେ କିଛି ମୁସଲିମ ମୌଲବୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଲକଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପୋଲିସ କେସ ଫାଇଲ କରିଛି । ଏବେ ସୁଦ୍ଧା 287 ବିଦେଶୀଙ୍କୁ ଠାବ କରାଯାଇଥିବାବେଳେ 211 ଜଣଙ୍କ ପାସପୋର୍ଟ ଜବତ କରାଯାଇଛି । ମୋଟ ଉପରେ ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ 7177ଟି ମାମଲା ରୁଜୁ ହୋଇଥିବା ଅୱନିଶ ଅୱସ୍ଥି ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details