ନୂଆଦିଲ୍ଲୀ: ମୋଦି ସରକାର ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ପ୍ରଥମେ ଚୀନର 59ଟି ଆପକୁ ବ୍ୟାନ କରାଯାଇଛି । ଏହାକୁ ନେଇ ସରକାରଙ୍କୁ ପ୍ରଶଂସା କରିଛନ୍ତି ସମ୍ବିତ ପାତ୍ର । ମାତ୍ର ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।
ସମ୍ବିତ ପାତ୍ର ମୋଦି ସରକାରଙ୍କୁ ନେଇ ଟ୍ବିଟ୍ କରିଛନ୍ତି, ‘56 ..... 59’ । ଏଥିରୁ ସ୍ପଷ୍ଟ ଯେ ସରକାରଙ୍କ 56 ଇଞ୍ଚର ଛାତି 59 ଟି ଚାଇନିଜ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛି । ଏନେଇ ଏହି ଟ୍ବିଟରେ ଅନେକ ମନ୍ତବ୍ୟ ଆସିବାକୁ ଲାଗିଥିବା ବେଳେ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଛନ୍ତି ।