ଓଡିଶା

odisha

ETV Bharat / bharat

ବଙ୍ଗରେ ବିଜେପି କର୍ମୀଙ୍କୁ ହତ୍ୟା, ମମତାଙ୍କୁ ଟାର୍ଗେଟ କଲେ ସମ୍ବିତ ପାତ୍ର - ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟା

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ନେତାଙ୍କ ହତ୍ୟା ମାମଲାରେ ରାଜନୈତିକ ସଂଘର୍ଷ ଆରମ୍ଭ ହୋଇଛି। ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।

ସମ୍ବିତ ପାତ୍ର
ସମ୍ବିତ ପାତ୍ର

By

Published : Oct 5, 2020, 3:49 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ନେତାଙ୍କ ହତ୍ୟା ମାମଲାରେ ରାଜନୈତିକ ସଂଘର୍ଷ ଆରମ୍ଭ ହୋଇଛି। ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ରାଜସ୍ଥାନ ଏବଂ ଛତିଶଗଡରେ ଦୁଷ୍କର୍ମ ଘଟଣାରେ କେବେ ଟିଏମସି ନେତାମାନେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବେ ବୋଲି ସେ ପ୍ରଶ୍ନ କରିଥିଲେ ।

ସମ୍ବିତ୍ ପାତ୍ର କହିଛନ୍ତି, ‘ପଶ୍ଚିମବଙ୍ଗରେ ଅତୀତରେ ବିଜେପି କର୍ମୀଙ୍କୁ କ୍ରମାଗତ ଭାବେ ହତ୍ୟା କରାଯାଉଛି। ମୁଁ ମମତା ବାନାର୍ଜୀଙ୍କୁ ଏନେଇ ପଚାରିବାକୁ ଚାହେଁ । ମମତାଜୀ ଆପଣ କେବେ ମନୀଷ ଶୁକ୍ଲାଙ୍କ ଘରକୁ ଯିବେ ’ । ହାଥରସରେ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ଧ୍ୟାନରେ ରଖି ପାତ୍ର କହିଛନ୍ତି ଯେ ରାଜସ୍ଥାନର ଛତିଶଗଡରେ ଦୁଷ୍କର୍ମ ହେଉଛି ଓ ସେଠାକାର ନେତା ଏହାକୁ ଛୋଟ ଦୁଷ୍କର୍ମ ବୋଲି କହୁଛନ୍ତି । ଏହାସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବି ଟାର୍ଗେଟ କରିଛନ୍ତି ସମ୍ବିତ ।

ଶକ୍ତି କୁମାର ମଲିକଙ୍କ ହତ୍ୟାକୁ ନେଇ ପାତ୍ର କହିଛନ୍ତି, ‘ଆରଜେଡିର ଯେଉଁ ପ୍ରକାର ରାଜନୀତି ଆମେ ଦେଖୁଛୁ ତାହାର ଉତ୍ତର ଦେବାକୁ ପଡିବ। ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଆରଜେଡି ନେତାମାନେ ଟଙ୍କା ଦାବି କରୁଛନ୍ତି। ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପଙ୍କ ନାମ FIR ରେ ରୁଜୁ କରାଯାଇଛି ’ ।

ABOUT THE AUTHOR

...view details