ଓଡିଶା

odisha

ETV Bharat / bharat

'ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ମିଳୁ କେନ୍ଦ୍ରୀୟ ମାନ୍ୟତା' - sambalpur MP nites gagngdev

ପଶ୍ଚିମ ଓଡିଶାର ବିକାଶ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ଲୋକସଭାରେ ଦାବି କରିଛନ୍ତି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ।

sambalpur MP nites gagngdev
ଫଟୋ ସୌଜନ୍ୟ: ଲୋକସଭା ଟିଭି

By

Published : Dec 12, 2019, 2:50 PM IST

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ପଶ୍ଚିମ ଓଡିଶାର ବିକାଶ ପ୍ରସଙ୍ଗ । ପଶ୍ଚିମ ଓଡିଶାର ବିକାଶ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ଲୋକସଭାରେ ଦାବି କଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

1967 ରେ ସ୍ଥାପିତ ହୋଇଥିବା ଏହି ବିଶ୍ବବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଏକ ବହୁତ ବଡ ପଦକ୍ଷେପ । ଉଚ୍ଚ ଶିକ୍ଷା ଲାଭ ଏବଂ ଗବେଷଣାତ୍ମକ ପାଠ୍ୟକ୍ରମ ପାଇଁ ରାଜ୍ୟ ତଥା ବାହାରୁ ଅନେକ ବିଦ୍ୟାର୍ଥୀ ଏଠାକୁ ଆସନ୍ତି । ପଶ୍ଚିମ ଓଡିଶାର ଆଦିବାସୀଙ୍କ ବିକାଶ ପାଇଁ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ । ତେଣୁ ଏହାକୁ କେନ୍ଦୀୟ ମାନ୍ୟତା ମିଳୁ ବୋଲି ସାଂସଦ ନିତେଶ ଗଙ୍ଗଦେବ ଲୋକସଭାରେ କହିଛନ୍ତି । ଏହା ସହିତ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି ସେ।

For All Latest Updates

ABOUT THE AUTHOR

...view details