ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ନୂଆଦିଲ୍ଲୀରେ ଉଭୟ ବିଏସପି ଏବଂ ଆପକୁ ସମର୍ଥନ କରିବ ସମାଜବାଦୀ ପାର୍ଟି(ଏସପି) । ବିଏସପିକୁ 5 ଏବଂ ଆପକୁ 2 ଆସନରେ ସମର୍ଥନ ଦେବାକୁ ଦଳ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ଏସପି ଅଧ୍ୟକ୍ଷ ଆର.ଏସ. ଯାଦବ ।
ଦିଲ୍ଲୀରେ ଉଭୟ ଆପ୍ ଓ ବିଏସପିକୁ ସମର୍ଥନ ଦେବ ଏସପି ! - arvind kejriwal
ପ୍ରାଥମିକତା ବିଏସପି । ମାତ୍ର ଯେଉଁଠି ବିଏସପି ପ୍ରାର୍ଥୀ ଦେଇନାହିଁ, ସେଠାରେ ଆପ୍ ପ୍ରାର୍ଥୀକୁ ସମର୍ଥନ ଦେବ ସମାଜବାଦୀ ପାର୍ଟି । ଦିଲ୍ଲୀ ଲୋକସଭା ଆସନ ଗୁଡିକ ପାଇଁ ଏଭଳି ନିଷ୍ପତ୍ତି ନେଇଛି ଦଳ ।
ଫଟୋ ସୌଜନ୍ୟ: @yadavakhilesh
ଯାଦବ କହିଛନ୍ତି, ଚଳିତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ବିଏସପିକୁ ଆମ ଦଳ ସମର୍ଥନ ଦେବ । ବିଏସପି ନୂଆଦିଲ୍ଲୀର 7 ଲୋକସଭା ଆସନ ମଧ୍ୟରୁ 5ଟିରେ ପ୍ରତିଦ୍ବନ୍ଦୀତା କରୁଛି । ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଚାନ୍ଦନୀ ଚୌକ ଏବଂ ଦକ୍ଷିଣ ଦିଲ୍ଲୀରେ ବିଏସପି ପ୍ରାର୍ଥୀ ଦେଇଛି । ମାତ୍ର ଅନ୍ୟ ଦୁଇ ଆସନରେ(ଯେଉଁଠି ବିଏସପି ପ୍ରାର୍ଥୀ ଦେଇନାହିଁ) ଆପକୁ ଦଳ ସମର୍ଥନ ଦେବ । ଶୀର୍ଷ ନେତୃବୃନ୍ଦଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଆସିଥିବା ଯାଦବ କହିଛନ୍ତି ।