ଓଡିଶା

odisha

ETV Bharat / bharat

'ଭିଡ ହତ୍ୟା’ ମୁସଲମାନଙ୍କ ପାଇଁ ସବୁଠୁ ବଡ ଦଣ୍ଡ: ଆଜମ ଖାନ୍ - after india indipendent

ଭିଡ ଜନିତ ହତ୍ୟା ଏବେ ସମାଜରେ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି ସମାଜବାଦ ପାର୍ଟିର ବରିଷ୍ଠ ସାଂସଦ ଆଜମ ଖାନ୍ । ଏନେଇ ସେ କହିଛନ୍ତି, ସ୍ବାଧୀନତା ପରେ ମୁସଲମାନଙ୍କୁ ସବୁଠୁ ବଡ ଦଣ୍ଡ ଭାବେ ‘ଭିଡ ହତ୍ୟା’ ମିଳିଛି ।

ଫାଇଲ ଫଟୋ

By

Published : Jul 20, 2019, 6:28 PM IST


ନୂଆଦିଲ୍ଲୀ: ଦେଶରେ ବଢି ଚାଲୁଥିବା ଭିଡ ଜନିତ ହତ୍ୟା ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଏବଂ ସଙ୍ଗଠନ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଯାହା ରାଜନୀତିକୁ ସରଗରମ କରି ରଖିଛି ।

ସମାଜବାଦ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ ଭିଡ ଜନିତ ହିଂସାକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ସ୍ବାଧୀନତା ପରେ ମୁସଲମାନଙ୍କୁ ସବୁଠୁ ବଡ ଦଣ୍ଡ ‘ଭିଡ ହିଂସା’ ମିଳିଛି ।

ଏଥିସହ ସେ କହିଛନ୍ତି ମୁସଲମାନ, ଯେଉଁଠିକି ବି ଯିବେ ସେମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ । ତେବେ ଆମ ପୂର୍ବଜ ମାନେ କଣ ପାଇଁ ପାକିସ୍ତାନ ଯାଇନାହାନ୍ତି ? କାରଣ ମୌଲାନା ଆଜାଦ, ଜବାହାରଲାଲ୍ ନେହୁରୁ, ସରଦାର ବଲ୍ଲଭ ଭାଇ ପଟେଲ ଏବଂ ବାପୁ ମୁସଲମାନଙ୍କ ସୁରକ୍ଷା ଦେବାକୁ ପ୍ରତିଶୃତି ଦେଇଥିଲେ ।

ABOUT THE AUTHOR

...view details