ଓଡିଶା

odisha

ETV Bharat / bharat

ଆହ୍ଲାବାଦ ସଂଗ୍ରହାଳୟ କାନ୍ଥରେ ଲବଣ ସତ୍ୟାଗ୍ରହ କାହାଣୀ - ଆହ୍ଲାବାଦ ସଂଗ୍ରହାଳୟ

ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ବର୍ଣ୍ଣିତ ‘ଲବଣ ସତ୍ୟାଗ୍ରହ’ର ପ୍ରତିଟି ଦୃଶ୍ୟପଟ୍ଟ । ବାପୁଙ୍କ ଗୋଟିଏ ଡାକରାରେ ସମଗ୍ର ଦେଶ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା । ଇଂରେଜଙ୍କ ଲବଣ ଆଇନ ବିରୋଧରେ ଶହ ଶହ ମାଇଲ ଅତିକ୍ରମ କରି ସତ୍ୟାଗ୍ରହ କରିଥିଲେ ଭାରତ ମାଟିର ବୀର ସନ୍ତାନ ।ତେବେ କଣ ଆପଣ ଜାଣନ୍ତି ଏହି ଲବଣ ସତ୍ୟାଗ୍ରହ ସମୟରେ ଯେଉଁ ଲୁଣ ମରାଯାଇଥିଲା , ସେସବୁ କଣ ହୋଇଥିଲା ?

ଡିଜାଇନ ଫଟୋ

By

Published : Aug 23, 2019, 7:04 AM IST


ଗୋରା ସରକାରଙ୍କ ବିରୋଧରେ ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ । 1930ରେ ଉଠିଥିବା ଅହିଂସାର ସ୍ବର ବ୍ରିଟିସଙ୍କ ଏକଚାଟିଆ ଆଧିପତ୍ୟର ଯବନିକା ଟାଣିଥିଲା । ଯାହାକି ଆଜି ବି ଏକ ମାଇଲଷ୍ଟୋନ ଭାବେ ପ୍ରତିଫଳିତ ।

ଆହ୍ଲାବାଦ ସଂଗ୍ରହାଳୟ କାନ୍ଥରେ ଲବଣ ସତ୍ୟାଗ୍ରହ କାହାଣୀ

ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ବର୍ଣ୍ଣିତ ‘ଲବଣ ସତ୍ୟାଗ୍ରହ’ର ପ୍ରତିଟି ଦୃଶ୍ୟପଟ୍ଟ । ବାପୁଙ୍କ ଗୋଟିଏ ଡାକରାରେ ସମଗ୍ର ଦେଶ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା । ଇଂରେଜଙ୍କ ଲବଣ ଆଇନ ବିରୋଧରେ ଶହ ଶହ ମାଇଲ ଅତିକ୍ରମ କରି ସତ୍ୟାଗ୍ରହ କରିଥିଲେ ଭାରତ ମାଟିର ବୀର ସନ୍ତାନ ।ତେବେ କଣ ଆପଣ ଜାଣନ୍ତି ଏହି ଲବଣ ସତ୍ୟାଗ୍ରହ ସମୟରେ ଯେଉଁ ଲୁଣ ମରାଯାଇଥିଲା , ସେସବୁ କଣ ହୋଇଥିଲା ?

ସତ୍ୟାଗ୍ରହୀଙ୍କ ପ୍ରଚେଷ୍ଟାରେ ସମୁଦ୍ର ଜଳରୁ ମରାଯାଇଥିବା ଲୁଣକୁ ସମଗ୍ର ଦେଶକୁ ପଠାଯାଇଥିଲା । ତାହାର ଏକ କ୍ଷୁଦ୍ର ଅଂଶ ଆହ୍ଲାବାଦରେ ପହଞ୍ଚିଥିଲା । ପରେ କଂଗ୍ରେସ ଦ୍ବାରା ଏହି ଲୁଣକୁ 500 ଟଙ୍କାରେ ନିଲାମ କରାଯାଇଥିଲା । ଆଉ ଏସହି ଟଙ୍କାକୁ ସ୍ବତନ୍ତ୍ରତାର ସଂଗ୍ରାମରେ ଖର୍ଚ୍ଚ କରାଯାଇଥିଲା ।


ଆହ୍ଲାବାଦ ସଂଗ୍ରାହଳରେ ଏବେ ବି ଗାନ୍ଧୀଙ୍କ ସହ ଜଡିତ ଲୁଣ ଓ ଅନ୍ୟାନ୍ୟ କଳାକୃତି ସାଇତି ରଖାଯାଇଛି । ଏଠାକାର ପ୍ରଥମ ମହଲାରେ ଦୁର୍ଲଭ ଚିତ୍ର , ତା ସାଙ୍ଗକୁ ସାବରମତି ଆଶ୍ରମରୁ ସଙ୍ଗମ ପର୍ଯ୍ୟନ୍ତ ଗାନ୍ଧୀଙ୍କ ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି ।

ଗାନ୍ଧୀଙ୍କ ଏକ ବିଶାଳ ଚିତ୍ର ସହ ତାଙ୍କ ବ୍ୟବହୃତ ଚରଖାକୁ ପ୍ରବେଶ ଦ୍ବାରରେ ରଖାଯାଇଛି । ଯେଉଁଥିରୁ ବାପୁଙ୍କ ‘7 ସାମାଜିକ ପାପ’କୁ ପଢାଯାଏ । ଏହି ସଂଗ୍ରାଳୟରେ ବାପୁଙ୍କ ମୋଟ 146 ପ୍ରକାରର ଫଟୋ ରହିଛି । ଯାହାକି ମୋହନଦାସରୁ ମହାତ୍ମା ଗାନ୍ଧିଙ୍କ ଯାତ୍ରାକୁ ବର୍ଣ୍ଣନା କରୁଛି ।

ABOUT THE AUTHOR

...view details