ଓଡିଶା

odisha

ETV Bharat / bharat

ଡିସେମ୍ବର 1ରେ ଯୋଧପୁର କୋର୍ଟରେ ହାଜର ହେବେ ସଲମାନ ଖାନ

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମଳିଛି ଆଶ୍ବସ୍ତି । ସେପ୍ଟେମ୍ବର 28 ତାରିଖରେ କୋର୍ଟରେ ହାଜର ହେବାର ଥିଲା କିନ୍ତୁ କୋରୋନା କଟକଣା ଯୋଗୁଁ କୋର୍ଟ କର୍ତ୍ତୃପକ୍ଷ ଡିସେମ୍ବର 1 ତାରିଖକୁ ଘୁଞ୍ଚାଇଛନ୍ତି । ଅଧିକ ପଢନ୍ତୁ...

By

Published : Sep 21, 2020, 9:17 PM IST

ସଲମାନ ଖାନ ଡିସେମ୍ବର 1ରେ ଯିବେ ଯୋଧପୁର କୋର୍ଟ
ସଲମାନ ଖାନ ଡିସେମ୍ବର 1ରେ ଯିବେ ଯୋଧପୁର କୋର୍ଟ

ଜୟପୁର: ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମଳିଛି ଆଶ୍ବସ୍ତି । ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ମାମଲାରେ ସେପ୍ଟେମ୍ବର 28 ତାରିଖରେ କୋର୍ଟରେ ହାଜର ହେବାର ଥିଲା । କୋରୋନା କଟକଣା ଯୋଗୁଁ କୋର୍ଟ କର୍ତ୍ତୃପକ୍ଷ ଡିସେମ୍ବର 1 ତାରିଖକୁ ଘୁଞ୍ଚାଇଛନ୍ତି ।

ଯୋଧପୁରରେ ବଢୁଥିବା କୋରୋନାକୁ ଦେଖି ରାଜସ୍ଥାନ ସରକାର ରାଜ୍ୟର ଅଦାଲତ ଗୁଡିକୁ ବର୍ତ୍ତମାନ କେବଳ ଜରୁରୀ ମାମଲା ଗୁଡିକର ଭିଡିଓ କନଫ୍ରେରେନସିଂ ଜରିଆରେ ଶୁଣାଣି କରାଯାଉଛି । ଏହାସହ କୋର୍ଟ କର୍ତ୍ତୃପକ୍ଷ ଆସନ୍ତା ଡିସେମ୍ବରରେ 1 ତାରିଖ ପର୍ଯ୍ୟନ୍ତ ସମସ୍ତ ମାମଲାର ତାରିଖ ଘୁଞ୍ଚାଇବା ପାଇଁ ଅନଲାଇନରେ ଜାରି କରିଛନ୍ତି । ସୂଚନାଥାଉକି ବଲିଉଡ ଷ୍ଟାର ସଲମାନ ଖାନ କୃଷ୍ଣ ସାର ମୃଗ ଶିକାର ମାମଲାରେ ଦୀର୍ଘଦିନ ହେଲା ଛନ୍ଦି ହୋଇ ରହିଛନ୍ତି । ସେ ଏହି ମାମଲା ରାଜସ୍ଥାନର ଯୋଧପୁର କୋର୍ଟରେ ପରିଚାଳିତ ହେଉଛି । ବେଆଇନ ଅସ୍ତ୍ର ମାମଲାରେ ସେ 2017ରେ ଦୋଷ ମୁକ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details