ଜୟପୁର: ରାଜସ୍ଥାନ କିଶନଗଢବାସ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରସାଉଲି ସହର ନିକଟ କୁମପୁର ଗ୍ରାମରେ ଥିବା ମଦ ଦୋକାନରେ ଗତ ରବିବାର ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡରେ ସେଲସ ମ୍ୟାନଙ୍କ ମୃତ୍ୟୁ ଘଟିଛି । କିନ୍ତୁ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଗତ ରବିବାର ରାତ୍ରି ସମୟରେ ଅଗ୍ନିକାଣ୍ଡ ଘଟିବା ଫଳରେ ଦୋକାନରେ ଶୋଇଥିବା ସେଲସ ମ୍ୟାନଙ୍କ ମୃତ୍ୟୁ ଘଟିଛି । ତେବେ ସେହି ମଦ ଦୋକାନରେ କାମ କରୁଥିବା ଝାଡକା ନିବାସୀ କମଳକିଶୋରଙ୍କ ମଧ୍ୟ ମୃତ୍ୟୁ ଘଟିଛି । ମଦ ଦୋକାନ ମାଲିକ ସୁଭାଷ ଓ ରାକେଶ ଯାଦବ ଶାମ କମଳକିଶୋରକୁ ଦୋକାନକୁ ଡାକି ରାତିରେ ପେଟ୍ରୋଲ ଢାଳି ନିର୍ଦ୍ଦୟ ଭାବରେ ହତ୍ୟା କରିଥିବା ମୃତକଙ୍କ ଭାଇ ରମେଶଚନ୍ଦ୍ର ସ୍ଥାନୀୟ ଖୈରଥଲ ଥାନାରେ ଅଭିଯୋଗ କରିଛନ୍ତି ।