କୋଲକାତା: ଏଣିକି ଅନଲାଇନରେ ମିଳିବ ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ । ଏନେଇ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ଏସବୁର ବିକ୍ରି ଅନଲାଇନ ଦ୍ବାରା ହେବା ସହ ହୋମ ଡେଲିଭରୀ ହୋଇପାରିବ ।
ତେବେ ଏହାସହ ଅନେକ ନିୟମକୁ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି । ଏହି ଆଇଟମଗୁଡିକୁ ଡେଲିଭରୀ କରୁଥିବା କର୍ମଚାରୀମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ସାମାଜିକ ଦୂରତା, ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ପ୍ରୋଟୋକଲ ପାଳନ କରାଯିବା ମଧ୍ୟ ଆବଶ୍ୟକ ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର ।