ଓଡିଶା

odisha

By

Published : Nov 3, 2020, 11:47 AM IST

Updated : Nov 3, 2020, 1:22 PM IST

ETV Bharat / bharat

ଭୋଟରଙ୍କୁ ଆକୃଷ୍ଟ କରୁଛି ପିଙ୍କ ସଖୀ ଓ ରେଳ ଡବା ମତଦାନ କେନ୍ଦ୍ର

ମତସାବ୍ୟସ୍ତ କରୁଛି ମୁଜଫରପୁର । ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ଦେଉଛନ୍ତି ଲୋକେ । ଲୋକଙ୍କୁ ଆକୃଷ୍ଟ କରିବାକୁ ଏକ ନିଆରା ପ୍ରୟାସ କରାଯାଇଛି । ଅଧିକ ପଢନ୍ତୁ...

ଭୋଟରଙ୍କ ଆକୃଷ୍ଟ କରୁଛି ପିଙ୍କ ସଖୀ ଓ ରେଳ ଡବା ମତଦାନ କେନ୍ଦ୍ର
ଭୋଟରଙ୍କ ଆକୃଷ୍ଟ କରୁଛି ପିଙ୍କ ସଖୀ ଓ ରେଳ ଡବା ମତଦାନ କେନ୍ଦ୍ର

ମୁଜାଫରପୁର: ମତସାବ୍ୟସ୍ତ କରୁଛି ମୁଜଫରପୁର । ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ଦେଉଛନ୍ତି ଲୋକେ । ଗଣତନ୍ତ୍ରର ଏହି ମହାନ ପର୍ବର ସବୁଠାରୁ ଆକର୍ଷଣର କେନ୍ଦ୍ରସ୍ଥଳୀ ପାଲଟିଛି ମହିଳାଙ୍କ ପାଇଁ ବିଶେଷ ମତଦାନ କେନ୍ଦ୍ର ।

ମୁଜାଫରପୁର 5 ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଜାରି ରହିଛି । ମତଦାନ ସମୟରେ ଖାସ କରି ମହିଳାଙ୍କ ପାଇଁ ମୁଜାଫରପୁରର କାଣ୍ଟିର 37 ନମ୍ବର ବୁଥରେ ସଖୀ ପିଙ୍କ ନାମରେ ମତଦାନ ପ୍ରସ୍ତୁତ କରାଯାଇଛି । ମହିଳାମାନଙ୍କ ପାଇଁ ଏନଟିପିସି କ୍ୟାମ୍ପସରେ ଗୋଲାପୀ ମତଦାନ ବୁଥ ପ୍ରସ୍ତୁତ କରାଯାଇଛି । ଏହି ସଖୀ ଗୋଲାପୀ ମତଦାନ କେନ୍ଦ୍ରରେ କେବଳ ମହିଳା ନିର୍ବାଚନ ଅଧିକାରୀ ଏବଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଏହାକୁ ବେଲୁନ୍ ଦ୍ବାରା ସଜାଯାଇଛି ଯାହାକି ବହୁ ମହିଳା ଭୋଟରଙ୍କୁ ଆକର୍ଷିତ କରିପାରିଛି |

ଅନ୍ୟପଟେ, ମୁଜାଫରପୁରର କାଣ୍ଟି ଠାରେ ଏକ ନିଆରା ପ୍ରୟାସ କରାଯାଇଛି । ମତଦାତାଙ୍କୁ ଆକୃଷ୍ଟ କରିବାକୁ କାଣ୍ଟିର ଏକ ନିର୍ବାଚନ ମଣ୍ଡଳୀରେ ରେଳ ଡବାର ବୁଥ୍ କରାଯାଇଛି । ଏଠାରେ ୱାର୍ଡ ସଂଖ୍ୟା 38 ଓ ୱାର୍ଡ ନମ୍ବର 39 ର ମତଦାନ କେନ୍ଦ୍ର ଏଠାରେ କରାଯାଇଛି । ମୁଜାଫରପୁର ବିଧାନସଭାରେ ମୋଟ ଭୋଟରଙ୍କ ସଂଖ୍ୟା 3.19 ଲକ୍ଷ ରହିଛି । ଏଠାରେ 1.69 ଲକ୍ଷ ପୁରୁଷ ଭୋଟର ଏବଂ 1.50 ଲକ୍ଷ ମହିଳା ଭୋଟର ଅଛନ୍ତି |

ବିହାରରେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ 2 କୋଟି 86 ଲକ୍ଷ 11 ହଜାର 164 ମତଦାତା ଅଛନ୍ତି । ସେଥିମଧ୍ୟରୁ 150,33034 ପୁରୁଷ ଓ 1,35,16271 ମହିଳା ଭୋଟର ରହିଛନ୍ତି । ସେହିପରି 980 ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ 41362 ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2020, 1:22 PM IST

ABOUT THE AUTHOR

...view details